ଭୁବନେଶ୍ୱର, ଏନ୍ଏନ୍ଏସ୍: ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାର ଅଢ଼େଇ ମାସ ପରେ ଗାର୍ଲପ୍ରେଣ୍ଡ ତଥା ଗାୟିକା ସୋନାଲି ନନ୍ଦଙ୍କ ନାଁରେ ମାମଲା ରୁଜୁ ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୋନାଲି ଓ ତାଙ୍କ ମା’ଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଗତ ଜାନୁଆରୀ ୩୧ ତାରିଖରେ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା କରିଥିଲେ । ତାଙ୍କ ଆତ୍ମହତ୍ୟା ପଛରେ ସୋନାଲୀଙ୍କୁ ଦାୟୀ କରି ସୌମ୍ୟ ଶେଷ ଚିଠ ମଧ୍ୟ ଲେଖିଥିଲେ । ଏହାକୁ କେନ୍ଦ୍ର କରି ସୋନାଲିଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ସୌମ୍ୟଙ୍କ ପରିବାର ଲୋକେ ବାରମ୍ବାର କମିଶନରେଟ ପୁଲିସ ନିକଟରେ ଦାବି କରିଥିଲେ । ହେଲେ ଏଥିରେ କୌଣସି ସୁଫଳ ନ ମିଳିବାରୁ ଶେଷରେ ବାଧ୍ୟ ହୋଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହି ଆବେଦନର ଶୁଣାଣି କରି ସୋନାଲି ଓ ତାଙ୍କ ମା’ଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ହାଇକୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।