ପାଟଣାଗଡ଼,କଣ୍ଟାବାଞ୍ଜି,ଏନ୍ଏନ୍ଏସ୍: କଣ୍ଟାବାଞ୍ଜି ଏନଏସିରେ କ୍ଲଷ୍ଟରସ୍ତରୀୟ ଏକ ଓରିଏନଟେସନ୍ କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏନଏସି ଅଧ୍ୟକ୍ଷ ବରିୟାମ ସିଂ ସାଲୁଜା , ତହସିଲଦାର ସମୀର ବେହେରା, କାଉନସିଲର ଗୌତମ ବେହେରା, ଲଳିତ ଅଗ୍ରୱାଲ, ଗୁପ୍ତେଶ୍ୱର ତରିଆ, ଅଶୋକ ଅଗ୍ରୱାଲ, ସ୍କୁଲ ପରିଚାଳନା କମିଟି ସଦସ୍ୟ ଏବଂ ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ଉପସ୍ଥିତ ଥିଲେ । ପିଲାଙ୍କୁ କିପରି ଉତ୍ତମ ଶିକ୍ଷା ଏହି ଏଫଏଲଏନ ମାଧ୍ୟମରେ ପ୍ରଦାନ କରାଯିବ ସେନେଇ ଏକ ଆଲୋଚନା ଏବଂ ବୈଠକ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀ ପାସ୍ କଲା ମାତ୍ରେ ଗଣିତ ହେଉ କିମ୍ବା ଭାଷାର ପରିଚୟ ପାଇବେ କେମିତି ସେନେଇ ଏହି ପ୍ରୟାସ କରାଯିବ । ସମଗ୍ର ଶିକ୍ଷା ଅଭିଯାନ ମାଧ୍ୟମରେ ଏଭଳି କାର୍ଯ୍ୟକ୍ରମ କରାଯାଉଥିବାବେଳେ ନିଶ୍ଚିତ ଭାବେ ଛାତ୍ରଛାତ୍ରୀ ଖେଳ ଖେଳରେ ଶିକ୍ଷା, ଗୁଣାତ୍ମକ ଶିକ୍ଷା ପାଇଁ ଏହା ଉପଯୋଗୀ ବୋଲି ମୁଖ୍ୟଅତିଥି ସମେତ ସିଆରସିସି ଦିନେଶ ମହାନନ୍ଦ କହିଥିଲେ । କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ଗଣନ ଏବଂ ଅକ୍ଷର ଚୟନ ଉପରେ ବିଭିନ୍ନ ପ୍ରକଳ୍ପ ତିଆରି କରାଯାଇଥିଲା ଯାହାକୁ ଅତିଥି ବୃନ୍ଦ ଦେଖି ଖୁସି ବ୍ୟକ୍ତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।