ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଗସ୍ତରେ ଆସିଥିବା ପଡୋଶୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ସାକ୍ଷାତ କରିଛନ୍ତି କଂଗ୍ରେସ ସାଂସଦ ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଦୁହିଁଙ୍କ ମଧ୍ୟରେ ସାକ୍ଷାତକାର ଓ ଏକାଧିକ ପ୍ରସଙ୍ଗରେ ଆଲୋଚନା ନେଇ କଂଗ୍ରେସ ସୂଚନା ଦେଇଛି । ପଡୋଶୀ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଓ ରାହୁଲଙ୍କ ମଧ୍ୟରେ ଏକାଧିକ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଦଳ କହିଛି । ନୂଆଦିଲ୍ଲୀର ଚାଣକ୍ୟପୁରୀରେ ଥିବା ହୋଟେଲ ଆଇଟିସି ମୌର୍ଯ୍ୟରେ ଏହି ସାକ୍ଷାତକାର ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି ।

ଚାରି ଦିନିଆ ଗସ୍ତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତ ଆସିଛନ୍ତି । ସେ ଆଜି ନୂଆଦିଲ୍ଲୀରେ ଏକାଧିକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ମଧ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ସହ ଦୁଇ ଦେଶ ମଧ୍ୟରେ ୭ଟି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ସେହିପରି ହସିନା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପ ରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ସହ ମଧ୍ୟ ସାକ୍ଷାତ କରିବା ସହ ଆଲୋଚନା କରିଥିଲେ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ହସିନାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।