କେଜ୍ରିୱାଲଙ୍କୁ ଭେଟିଲେ ନୀତିଶ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି । ଏହି ସମୟରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା ଓ ଜନତା ଦଳ ୟୁନାଇଟେଡ ନେତା ସଞ୍ଜୟ ଝା ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଅପରେସନ ଲୋଟସ, ବିଧାୟକଙ୍କୁ କିଣିବା, ଜନତା ଚୟନ କରିଥିବା ସରକାରକୁ ଭାଙ୍ଗିବା ସମେତ ବିଜେପ ସରକାରଙ୍କ ନିରଙ୍କୁଶ ଭ୍ରଷ୍ଟାଚାର, ଦରବୃଦ୍ଧି ଓ ବେରୋଜଗାରୀକୁ ନେଇ ଚର୍ଚ୍ଚା ହୋଇଥିଲା ।

ସୂଚନାଯୋଗ୍ୟ, ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବା ପରେ ନୀତିଶ କୁମାର ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌଟାଲାଙ୍କୁ ଭେଟିଥିଲେ । ଏଥିସହିତ ନୀତିଶ ତାଙ୍କ ୨ ଦିନିଆ ଦିଲ୍ଲୀ ଗସ୍ତରେ ମାକପା ମହାସଚିବ ସୀତାରାମ ୟେଚୁରୀ ଓ ଭାକପା ମହାସଚିବ ଡି ରାଜାଙ୍କୁ ବି ଭେଟିଛନ୍ତି ।