ନୂଆଦିଲ୍ଲୀ,ଏଜେନ୍ସି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୭ ତମ ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ମୋଦୀଙ୍କର ଏହି ମନ କି ବାତ କାର୍ଯ୍ୟକ୍ରମକୁ ମୂଲ୍ୟହୀନ ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ମାସକୁ ଥରେ ପ୍ରଧାନମନ୍ତ୍ରୀଙ୍କର ଏହି ମୂଲ୍ୟହୀନ କଥାରେ ଦେଶ କରୋନା ମହାମାରୀ ସହିତ ଲଢିପାରିବ ନାହିଁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ।
କରୋନା ବିରୋଧରେ ଲଢେଇ ପାଇଁ ଜଣଙ୍କୁ ଉଚିତ ଉଦ୍ଦେଶ୍ୟ, ପଲିସ ଓ ନିଷ୍ଠାର ଆବଶ୍ୟକତା ରହିଛି। ମାସକୁ ଥରେ ଏହି ମୂଲ୍ୟହୀନ କଥା କୋଭିଡ ବିରୋଧରେ ଲଢି ପାରିବ ନାହିଁ ବୋଲି ଟୁଇଟ କରି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ କୋଭିଡ ପରିଚାଳନା ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ଦେଶରେ କରୋନାର ଦ୍ୱିତୀୟ ଲହର ଭୁଲ ଭ୍ୟାକ୍ସିନ ରଣନୀତିର କାରଣ ବୋଲି କହିଛନ୍ତି ରାହୁଲ। ପ୍ରତି ମାସ ଶେଷ ରବିବାର ଏକ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ସହିତ ମନର କଥା କହିଥାନ୍ତି। ମୋଦୀଙ୍କର ଏହି ମନ କି ବାତ କାର୍ଯ୍ୟକ୍ରମକୁ ମୂଲ୍ୟହୀନ ବୋଲି କହିଛନ୍ତି ରାହୁଲ ।