ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିର ୭୭ ତମ ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ ଭାରତ ସବୁଠାରୁ ବଡ ଚ୍ୟାଲେଞ୍ଜକୁ ଦୃଢତାର ସହ ମୁକାବିଲା କରୁଛି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ମୋର ପ୍ରିୟ ଦେଶବାସୀ, ଯେତେ ବଡ଼ ଚ୍ୟାଲେଞ୍ଜ ହେଉ, ତାହାର ସାମ୍ନା କରିବାକୁ ଭାରତ ସର୍ବଦା ସଜାଗ ରହିଛି। ଆମର ସାମୂହିକ ଶକ୍ତି ଏବଂ ସେବା ମନୋଭାବ ଭାରତକୁ ସମସ୍ତ ଝଡ଼ରୁ ରକ୍ଷା କରିପାରିଛି।
ମାସକ ମଧ୍ୟରେ ଦେଶକୁ ଆସିଥିବା ଦୁଇଟି ଘୂର୍ଣ୍ଣିବଳୟ ଦ୍ୱାରା ପ୍ରଭାବିତ ହୋଇଥିବାର ରାଜ୍ୟର ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ସେମାନଙ୍କ ସାହସ, ଧୈର୍ଯ୍ୟ ଓ ଶୃଙ୍ଖଳା ପ୍ରଦର୍ଶନର କଥା କହିଛନ୍ତି। ଏଥିସହ ଯେଉଁମାନେ ଆଗକୁ ଆସି ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ଭାଗ ନେଇଥିଲେ ସେମାନଙ୍କ ପ୍ରଶଂସା କରିବା କମ୍ ହେବ, ମୁଁ ସମସ୍ତଙ୍କୁ ନମସ୍କାର କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
ବାତ୍ୟା ୟାସ୍ ଓଡିଶା ଏବଂ ପଶ୍ଚିମବଙ୍ଗ ଦେଇ ଅତିକ୍ରମ କରିଥିବା ବେଳେ ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି ଓ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାପୂର୍ବରୁ, ଆରବ ସାଗରରେ ଥିବା ବାତ୍ୟା ତାଉତେ ଚଳିତ ମାସ ଆରମ୍ଭରେ ଦେଶର ପଶ୍ଚିମ ଉପକୂଳର ପ୍ରାୟ ସମସ୍ତ ରାଜ୍ୟକୁ ପ୍ରଭାବିତ କରିଥିଲା। ମନ୍ କି ବାତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ କରୋନା ମହାମାରୀ ମଧ୍ୟରେ ରୋଗୀଙ୍କୁ ପରାମର୍ଶ ଦେବା ପାଇଁ ଟେକ୍ନୋଲୋଜି ବ୍ୟବହାର କରି ସ୍ୱାସ୍ଥ୍ୟସେବାରେ ନିୟୋଜିତ ଥିବା କର୍ମଚାରୀ ଏବଂ ଡାକ୍ତରମାନଙ୍କୁ ପ୍ରଶଂସା କରିଥିଲେ। ସେହିପରି ଟିକାକରଣ ବିଷୟରେ ଗୁଜବ ପ୍ରଚାର ନକରିବାକୁ ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି ରୋଗ ବିରୋଧରେ ଇନକ୍ୟୁଲେସନ କରିବାକୁ ଅନୁରୋଧ କରିଛନ୍ତି।