ପଦଯାତ୍ରା କରି ବୈଷ୍ଣବ ଦେବୀ ମନ୍ଦିରରେ ପହଂଚିଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ସାଂସଦ ରାହୁଲ ଗାନ୍ଧୀ ଆଜି ଜମ୍ମୁର ମାତା ବୈଷ୍ଣବ ଦେବୀ ମନ୍ଦିରରେ ପହଂଚିଛନ୍ତି। ଏହି ଅବସରରେ ଜମ୍ମୁରେ କଂଗ୍ରେସ କାର୍ଯ୍ୟକର୍ତ୍ତା ରାହୁଲଙ୍କର ଜୋରଦାର ସ୍ୱାଗତ କରିଛନ୍ତି। ରିପୋର୍ଟ ମୁତାବକ, ରାହୁଲ କଟରାରୁ ୧୩ କିମି ପଦଯାତ୍ରା କରି ବୈଷ୍ଣବ ଦେବୀଙ୍କ ମନ୍ଦିରରେ ପହଂଚିଥିଲେ। ଏହି ସମୟରେ ତାଙ୍କ ସହ କଂଗ୍ରେସ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ରାହୁଲ ସଂଧ୍ୟା ଆରତୀରେ ସାମିଲ ହେବା ସହ ରାତିରେ ବୈଷ୍ଣବ ଦେବୀ ଭବନରେ ବିଶ୍ରାମ ନେବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାହୁଲଙ୍କ ଜମ୍ମୁ ଗସ୍ତକୁ ନେଇ ବିଜେପି ଟାର୍ଗେଟ କରିଥିବାବେଳେ ବିଜେପି ଅଯଥାରେ ରାଜନୀତି କରୁଥିବା ରାହୁଲଙ୍କ ସମର୍ଥନ କହିଛନ୍ତି। ରାହୁଲଙ୍କ ଏହି ଗସ୍ତକୁ ବିଜେପି ନିର୍ବାଚନ ସହ ଯୋଡ଼ିଛି। ଉତ୍ତର ଭାରତରେ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲଙ୍କୁ ହିନ୍ଦୁତ୍ୱ ମନେ ପଡ଼ିଯାଇଛି ବୋଲି ମଧ୍ୟପ୍ରଦେଶର ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ଦାବୀ କରିଛନ୍ତି।