ବିଶ୍ୱର ଉନ୍ନତ ଅର୍ଥ ବ୍ୟବସ୍ଥା ଲାଗି ଆଜି ଆମେ ଏକ ପ୍ରଭାବଶାଳୀ ସ୍ୱର: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସର ତ୍ରୟୋଦଶ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିଛନ୍ତି। ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଚୀନ, ଋଷ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ରାଷ୍ଟ୍ରପତି ଉପସ୍ଥିତ ଅଛନ୍ତି। ଏହି ଅବସରରେ ମୋଦୀ କହିଛନ୍ତି ଯେ, ଗତ ଦେଢ଼ ଦଶକ ହେବ ବ୍ରିକ୍ସ ଅନେକ ଉପଲବ୍ଧି ହାସଲ କରିଛି। ଆଜି ଆମେ ବିଶ୍ୱର ଉନ୍ନତ ଅର୍ଥ ବ୍ୟବସ୍ଥା ଲାଗି ଏକ ପ୍ରଭାବଶାଳୀ ସ୍ୱର। ବିକାଶଶୀଳ ଦେଶର ପ୍ରାଥମିକତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ଏହି ମଞ୍ଚ ବେଶ୍ ଉପଯୋଗୀ।

ମୋଦୀ ଆହୁରି କହିଛନ୍ତି ଯେ,  ବ୍ରିକ୍ସକୁ ଆଗାମୀ ୧୫ ବର୍ଷରେ ଆହୁରି କ୍ରିୟାଶୀଳ କରିବାକୁ ପଡ଼ିବ। ଆମେ ବ୍ରିକ୍ସ କାଉଣ୍ଟର ଟେରରିଜିମ୍ ଆକ୍ସନ ପ୍ଲାନ ବ୍ୟବସ୍ଥା କରିଛୁ। ଆଜିର ବୈଠକ ବ୍ରିକ୍ସକୁ ଆହୁରି ସଂଗଠିତ କରିବ।