ସିରିଜ୍ ଜିତିବା ପରେ ଖେଳାଳିଙ୍କ ପ୍ରଶଂସାରେ ଦ୍ରାବିଡ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ୱେଷ୍ଟେଣ୍ଡିଜ ବିରୋଧରେ ଦିନିକିଆ ସିରିଜକୁ ୩-୦ରେ ଜିତିବା ପରେ କୋଚ୍ ରାହୁଲ ଦ୍ରାବିଡ ଯୁବ ଖେଳାଳିଙ୍କ ଖୁବ୍ ପ୍ରଶଂସା କରିଛନ୍ତି । ଶେଷ ଦିନିକିଆ ପରେ ରାହୁଲ ଡ୍ରେସିଂ ରୁମରେ କହିଥିଲେ ଯେ, ଆମେ ଏକ ଯୁବ ଟିମ୍ ସହ ଏଠାକୁ ଆସିଥିଲୁ । ଇଂଲଣ୍ଡରେ ସିରିଜ ଖେଳିଥିବା ଅଧିକାଂଶ ଖେଳାଳି ଏଠାରେ ନଥିଲେ କିନ୍ତୁ ତୁମେମାନେ ବେଶ୍ ଭଲ ପ୍ରଦର୍ଶନ କରିଛ । କିଛି ମୁକାବିଲା ଖୁବ୍ ନିକଟରୁ ଜିତିଥିଲେ ହେଁ ଏକ ଯୁବ ଟିମ୍ ପାଇଁ ଏହା ଏକ ଭଲ ସଙ୍କେତ ।

ରାହୁଲ ଦ୍ରାବିଡ ଆହୁରି କହିଥିଲେ ଯେ, ଆମ ଯୁବ ଟିମ୍ ସଫଳତାର ପ୍ରଥମ ସୋପାନରେ ପାଦ ଥାପିଛି । ଆପଣଙ୍କୁ ଆହୁରି ଆଗକୁ ଯିବାକୁ ପଡ଼ିବ । ଶିଖରଙ୍କ ଅଧିନାୟକତ୍ୱ ମଧ୍ୟ ପ୍ରଶଂସାଯୋଗ୍ୟ ।