ରାହୁଲ ପୁଣି ସମ୍ଭାଳିବେ କୋଚ ଭାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ରାହୁଲ ଦ୍ରାବିଡ଼ଙ୍କୁ ପୁଣିଥରେ ଭାରତୀୟ ଟିମର ମୁଖ୍ୟ କୋଚ ନିଯୁକ୍ତ କରିଛି । ୨୦୨୩ ୱାର୍ଲ୍ଡକପ୍ ପରେ ରାହୁଲଙ୍କ କଣ୍ଟ୍ରାକ୍ଟ ଶେଷ ହୋଇଯାଇଥିଲା । ବିସିସିଆଇ ରାହୁଲଙ୍କ ସହ ସପୋର୍ଟ ଷ୍ଟାଫଙ୍କ କଣ୍ଟ୍ରାକ୍ଟ ମଧ୍ୟ ବଢ଼ାଇ ଦେଇଛି । କିନ୍ତୁ ସମସ୍ତଙ୍କ କାର୍ଯ୍ୟକାଳ କେତେ ଦିନ ପାଇଁ ବଢ଼ାଯାଇଛି ସେନେଇ ବିସିସିଆଇ କୌଣସି ସୂଚନା ପ୍ରଦାନ କରିନାହିଁ ।

ଦ୍ୱିତୀୟ ଥର ପାଇଁ ଭାରତୀୟ କ୍ରିକେଟ ଟିମର କୋଚ ହେବା ପରେ ରାହୁଲ ଦ୍ରାବିଡ କହିଛନ୍ତି ଯେ, ବିସିସିଆଇ ମୋ ଉପରେ ଭରଷା କରି ସମର୍ଥନ ବ୍ୟକ୍ତ କରିଥିବାରୁ ଧନ୍ୟବାଦ ଜଣାଉଛି । ଭାରତୀୟ ଟିମ୍ ସହ ୨ ବର୍ଷ ଖୁବ୍ ସ୍ମରଣୀୟ । ଆମେ ଏହି ସମୟରେ ସଫଳତା ଓ ବିଫଳତାର ସାମ୍ନା କରି ପରସ୍ପରକୁ ସହଯୋଗ କରିଛୁ । ଡ୍ରେସିଂ ରୁମରେ ଯେଉଁ ସଂସ୍କୃତି ସ୍ଥିର କରାଯାଇଛି ମୁଁ ତାକୁ ନେଇ ଖୁବ୍ ଗର୍ବିତ ।