ମୋ ବ୍ୟାଙ୍କ ସେବା ଉଦଘାଟିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନବରଙ୍ଗପୁର ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ “ମୋ ବ୍ୟାଙ୍କ’ ସେବା ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ ବ୍ୟାଙ୍କ ସେବା ପାଇବା ପାଇଁ ଆଉ ଲୋକଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି । ଘର ଦୁଆର ମୁହଁରେ ଏହି ସେବା ଯୋଗାଇ ଦିଆଯିବ । ସେଥିପାଇଁ ଏହାର ଲାଭ ଉଠାଇବାକୁ ଜନସାଧାରଣଙ୍କୁ ଶ୍ରୀ ପ୍ରଧାନୀ ପରାମର୍ଶ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଯନ୍ତ୍ରୀ ଟି କେ ନାୟକଙ୍କ ସମେତ ବହୁ ନେତା, କର୍ମୀ ଓ ସାଧାରଣ ଲୋକ ଅଂଶଗ୍ରହଣ କରିଥିଲେ ।