ବିବାହ ବନ୍ଧନରେ ମୁକେଶ କୁମାର

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ମୁକେଶ କୁମାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ମୁକେଶଙ୍କ ପତ୍ନୀଙ୍କ ନାଁ ହେଉଛି ଦିବ୍ୟା। ଗୋପାଳଗଞ୍ଜର ମୁକେଶ ଗୋରଖପୁରରେ ବିବାହ କରିଛନ୍ତି । ମୁକେଶଙ୍କ ଆଇପିଏଲ ଫ୍ରାଞ୍ଚାଇଜି ଦିଲ୍ଲୀ କେପିଟାଲ୍ସ ଫଟୋ ସେୟାର କରି ମୁକେଶଙ୍କୁ ବିବାହ ପାଇଁ ଶୁଭକାମନା ଜଣାଇଛି ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିରୋଧରେ ଖେଳାଯାଉଥିବା ୫ ଟି-୨୦ ମୁକାବିଲାରେ ମୁକେଶ କୁମାର ଭାରତୀୟ ଟିମରେ ସାମିଲ ଅଛନ୍ତି । କିନ୍ତୁ ୩ୟ ଟି-୨୦ରେ ବିବାହ ପାଇଁ ମୁକେଶ ଛୁଟି ନେଇଥିଲେ । ଏହାପୂର୍ବ ୨ଟି ମ୍ୟାଚରେ ମୁକେଶ ପ୍ଲେୟିଂ ୧୧ରେ ସ୍ଥାନ ପାଇଥିଲେ । ୩ୟ ଟି-୨୦ରେ ଦୀପକ ଚାହରଙ୍କୁ ମୁକେଶଙ୍କ ସ୍ଥାନରେ ଟିମରେ ସ୍ଥାନ ମିଳିଥିଲା । ଦୀପକ ଏବେ ସମ୍ପୂର୍ଣ୍ଣ ସିରିଜରେ ଟିମରେ ସ୍ଥାନ ପାଇବେ । କିନ୍ତୁ ୩ୟ ମ୍ୟାଚରେ ମୁକେଶଙ୍କ ସ୍ଥାନରେ ଅଶ୍ୱେଷ ଖାନଙ୍କୁ ଖେଳିବାର ସୁଯୋଗ ମିଳିଥିଲା ।