‘କିଷାନ କେ ଲିଏ ବୋଲେ ଭାରତ’ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଲେ ରାହୁଲ

ନୂଆଦିଲ୍ଲୀ,ଏଜେନ୍ସି: ଆନ୍ଦୋଳନ ରତ ଚାଷୀମାନଙ୍କୁ ସମର୍ଥନ ଜଣାଇବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଲୋକମାନଙ୍କୁ ସୋସିଆଲ ମିଡିଆରେ ‘କିଷାନ କେ ଲିଏ ବୋଲେ ଭାରତ’ ଅଭିଯାନରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି। ଏହି ଅଭିଯାନ ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଛି।

ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ଆମ ଗଣତନ୍ତ୍ରର ଅଂଶ। ଏଥିପାଇଁ କୃଷକମାନଙ୍କୁ ଆମଦେଶର ବିଭିନ୍ନ ସ୍ଥାନରୁ ସମର୍ଥନ ମିଳୁଛି ବୋଲି ସେ ଜଣାଇଛନ୍ତି। ଏହାସହ ସେ ଏକ ଭିଡିଓ ନିଜ ଟ୍ୱିଟର ପେଜରେ ପୋଷ୍ଟ କରି ଏଥିରେ ଲୋକମାନଙ୍କର କୃଷକ ଆନ୍ଦୋଳନକୁ ନେଇ ଥିବା ବିଚାର ଏବଂ ମତାମତକୁ ଜାଣିବା ପାଇଁ ଚେଷ୍ଟା କରିଛନ୍ତି। ସେ ଭିଡିଓ ସାହାଯ୍ୟରେ ଏହା ଜଣାଇବାକୁ ଉଦ୍ୟମ କରିଛନ୍ତି ଯେ କିପରି ଭାରତୀୟ ଜନତା ପାର୍ଟି କୃଷକମାନଙ୍କୁ ବିରୋଧ କରୁଛନ୍ତି, ଯେତେ ବେଳେ କି କଂଗ୍ରେସ ତାଙ୍କର ଉନ୍ନତି ଦିଗରେ କାର୍ଯ୍ୟ କରୁଛି। ସଂସଦରେ ପାରିତ ହୋଇଥିବା ୩ ବିବାଦୀୟ ଆଇନ ରଦ୍ଦ କରିବ ପାଇଁ କଂଗ୍ରେସ କୃଷକମାନଙ୍କ ସହ ଅଛି ବୋଲି ସେ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି କି, ଦେଶ ପୁଣି ଚମ୍ପାରଣ ଭଳି ଏକ ସମୟର ସାମ୍ନା କରିବାକୁ ଯାଉଛି। ଆଗରୁ ଦେଶକୁ ବ୍ରିଟିଶ କମ୍ପାନୀ ସହ ଲଢିବାକୁ ପଡୁଥିଲା, ହେଲେ ଏବେ ଏହା ମୋଦୀଙ୍କ ବନ୍ଧୁଙ୍କ ସହ ଅଛି ବୋଲି କହିଛନ୍ତି। କିନ୍ତୁ ଏହି ଆନ୍ଦୋଳନରେ ପ୍ରତ୍ୟେକ କୃଷକ ନିଜ ଯୁୁଦ୍ଧ ଜାରି ରଖିବ ଏହା କଂଗ୍ରେସ ଜାନୁଆରୀ ୩ରେ ଟ୍ୱିଟ କରି କହିଛି। କଂଗ୍ରେସ ଦଳ ଚାଷୀ ଆଇନକୁ ନେଇ ବାରମ୍ବାର ନିନ୍ଦା ପ୍ରକାଶ କରିଛି। ଏହା ପୂର୍ବରୁ ରାହୁଲ ଗାନ୍ଧୀ ରାଷ୍ଟପତି ରାମନାଥ କୋବିନ୍ଦଙ୍କ ସହ କୃଷକ ବିରୋଧ କରୁଥିବା ଆଇନ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି।