ପରୀ ହତ୍ୟା ମାମଲା: ନାର୍କୋଟେଷ୍ଟ ପାଇଁ ରାଜି ହେଲାନି ନାବାଳକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପୋକ୍ସୋ କୋର୍ଟ ଦ୍ୱାରା ନାବାଳକ ଘୋଷଣା କରାଯାଇଥିଲା। ତେବେ ଅଭିଯୁକ୍ତ ନାବାଳକର ନାର୍କୋ ଟେଷ୍ଟ କରାଇବା ପାଇଁ ଏସଆଇଟି ଆବେଦନ କରିଥିଲା। ନାବାଳକ ଜଣଙ୍କ ଏଥିରେ ଅସହମତି ପ୍ରକାଶ କରିଛି।

ଅନୁଗୁଳ ବାଳସୁଧାର ଗୃହରୁ ଏସଆଇଟି ନାବାଳକକୁ ଆଣି ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଇଥିଲା। ଏନେଇ ଏସଆଇଟି ଓକିଲ ଓ ନାବାଳକର ଓକିଲ ନିଜ ନିଜର ପକ୍ଷ ରଖିଥିଲେ। ଏହା ପରେ ନାବାଳକର ନାର୍କୋ ଟେଷ୍ଟ କରାଇବା ଜରୁରୀ ବୋଲି ଏସଆଇଟି ଓକିଲ ଏନେଇ ଆବେଦନ କରିଥିଲେ। ନାର୍କୋ ଟେଷ୍ଟ ପାଇଁ ନାବାଳକ ଜଣଙ୍କ ଅସହମତି ପ୍ରକାଶ କରିଥିଲେ। ଏନେଇ ଜୁଭେନାଇଲ ଜଷ୍ଟିସ ବୋର୍ଡ ଏନେଇ ରାୟ ପ୍ରକାଶ କରିବେ।