Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଜିଠୁ ବିଶାଖାପାଟନମ ପର୍ଯ୍ୟନ୍ତ ଗଡ଼ିଲା ବନାରସ-ସମ୍ବଲପୁର ଏକ୍ସପ୍ରେସ  – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଜିଠୁ ବିଶାଖାପାଟନମ ପର୍ଯ୍ୟନ୍ତ ଗଡ଼ିଲା ବନାରସ-ସମ୍ବଲପୁର ଏକ୍ସପ୍ରେସ 

କେସିଙ୍ଗା,ଏନ୍ ଏନ୍ ଏସ୍‌: ଆଜିଠାରୁ ବନାରସ-ସମ୍ବଲପୁର ଏକ୍ସପ୍ରେସ ବିଶାଖାପାଟନମ ପର୍ଯ୍ୟନ୍ତ ସମ୍ପ୍ରସାରଣର ଶୁଭାରମ୍ଭ ହୋଇଛି। ସେଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସମ୍ବଲପୁର, ବରଗଡ଼ ବଲାଙ୍ଗୀର ଓ କେସିଙ୍ଗାରେ ଆୟୋଜନ ହୋଇଥିଲା । ସମ୍ବଲପୁରରୁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେଇ ପତାକା ଦେଖାଇ ୨ ସପ୍ତାହିକ ଟ୍ରେନର ଶୁଭାରମ୍ଭ କରିଛନ୍ତି । ଫଳରେ ଧର୍ମ ନଗରୀ ବନାରସ ଓ ପ୍ରୟାଗରାଜ ସହରକୁ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଲୋକମାନେ ସିଧାସଳଖ ଗମନାଗମନ କରିପାରିବେ । ଏହି ଅବସରରେ ସମ୍ବଲପୁର ରେଳ ଷ୍ଟେସନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ରେଙ୍ଗାଲୀ ବିଧାୟକ ବାଉରୀ ନାୟକ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଓ କେସିଙ୍ଗା ସାଂସଦ ବସନ୍ତ ପଣ୍ଡା ଭିଡିଓ କନଫ୍ରେନ୍ସରେ ଯୋଡ଼ି ହୋଇ ନିଜ ନିଜ ଅଞ୍ଚଳର ସମସ୍ୟା ଓ ଦାବୀ ରେଳ ମନ୍ତ୍ରୀଙ୍କଠାରେ ଉପସ୍ଥାପନ କରିଥିଲେ ।

ଏହି ଅବସରରେ ସାଂସଦ ଶ୍ରୀ ପଣ୍ଡା କେସିଙ୍ଗା ହେଉଛି କଳାହାଣ୍ଡିର ମୁଖ୍ୟ ଦ୍ୱାର ଏବଂ ଏକ ବ୍ୟବସାୟିକ ସହର । କେସିଙ୍ଗାରୁ ଇସ୍ପାତ ଟ୍ରେନ ଓ ଇଣ୍ଟରସିଟି ଟ୍ରେନ କେସିଙ୍ଗା ପର୍ଯ୍ୟନ୍ତ ସମ୍ପ୍ରସାରଣ, ଭୋପାଳ ଦେଇ ଦିଲ୍ଲୀ ରୁପ୍ରା ରୋଡ଼ ଓ ନର୍ଲା ନୂଆଁପଡ଼ା ଷ୍ଟେସନରେ ସମତା ଏକ୍ସପ୍ରେସର ରହଣୀ, ବିଶାଖାପାଟନମ ରାୟଗଡ଼ା ପାସେଞ୍ଜର ଟ୍ରେନକୁ ଭବାନୀପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରଣ ଓ ନର୍ଲା ୱାଗନ କାରଖାନାକୁ ଶୀଘ୍ର ତ୍ୱରାନ୍ୱିତ କରିବା ଭଳି ଅନେକ ପ୍ରସ୍ତାବ ସାଂସଦ ଶ୍ରୀ ପଣ୍ଡା ୨ କେନ୍ଦ୍ରମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିବା ସହ କୃତଜ୍ଞତା ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ଚିଫ ଇଞ୍ଜିନିୟର ନମୋ ନାରାୟଣ ମିନା, ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ସୁନୀତି ମୁଣ୍ଡ, ମନୋଜ ସାହୁ, ରାଜ ସାହୁ, ଗୋବିନ୍ଦ ବନଛୋର, ମଗନ ସିନ୍ଦୁର, ସନ୍ତୋଷ ଦାସ, ସରିତା ସିନ୍ଦୁର, ବଂଶୀପାଣି ଶାହା, ପ୍ରଶାନ୍ତ ବାନାର୍ଜୀ, ଅଶୋକ ପୌଡ଼, ବସନ୍ତ ପୁରୋହିତ, ସଞ୍ଜୟ ଅଗ୍ରୱାଲ, ହେମନ୍ତ ପୂଜାରୀ, ଗଣେଶ କୁମାର, ଶଶାଙ୍କ ମହଲା ଓ ଅନିରୁଦ୍ଧ ପ୍ରଧାନ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ରେଳ ବିଭାଗର କର୍ମଚାରୀ, ବିଜେପି ଦଳୀୟ କର୍ମକର୍ତ୍ତା, କର୍ମୀ ଓ ସାଧାରଣ ଜନତା ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।