ଲୋକର୍ପିତ ହେବ ରେଡିଓ ସମ୍ବଲପୁର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ରେଡିଓ ସମ୍ବଲପୁର ଲୋକର୍ପିତ ହେବ। ରେଡିଓ ସମ୍ବଲପୁର ମାଧ୍ୟମରେ ସମ୍ବଲପୁରୀ ଭାଷାରେ ସୂଚନା ଓ ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ପ୍ରାସାରିତ ହେବ ବୋଲି ଜଣାପଡ଼ିଛି। କେବଳ ସମ୍ବଲପୁରୀ ଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ କରିବାକୁ ଯାଉଥିବା ଏହା ଏକମାତ୍ର ରେଡିଓ ଷ୍ଟେସନ ବୋଲି ଷ୍ଟେସନ ମୁଖ୍ୟ ଜ୍ଞାନେନ୍ଦ୍ର ବେହେରା କହିଛନ୍ତି। ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ, ଲୋକଗୀତ, ସଙ୍ଗୀତ, ସଂସ୍କୃତି ଓ ପରମ୍ପରା ପ୍ରଚାର ପ୍ରସାର ଦିଗରେ ଏହି ରେଡିଓ ଷ୍ଟେସନଟି କାର୍ଯ୍ୟ କରିବା ସହ ସ୍ଥାନୀୟ ପ୍ରତିଭାବାନ କଳାକାରଙ୍କୁ ଲୋକଲୋଚନକୁ ଆଣିବ ବୋଲି ସେ କହିଛନ୍ତି। ମୋବାଇଲ ଆପ ଜରିଆରେ ରେଡିଓ ସମ୍ବଲପୁର ଶୁଣିବାର ବ୍ୟବସ୍ଥା ଥିବାରୁ ବିଦେଶରେ ରହୁଥିବା ଓଡ଼ିଆଙ୍କୁ ନିଜ ଜନ୍ମମାଟି ସହ ଯୋଡ଼ିି ହେବାର ଅନନ୍ୟ ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ବେହେରା କହିଛନ୍ତି।