ବରଗଡ଼ରୁ ରେକର୍ଡସଂଖ୍ୟକ ୧୩୬ କରୋନା ଆକ୍ରାନ୍ତ ଚିହ୍ନଟ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାରେ ସର୍ବାଧିକ ୧୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ ବରଗଡ଼ ପୌରାଞ୍ଚଳ, ବରଗଡ଼ ବ୍ଲକ ସମେତ ପାଇକମାଳ, ଗାଇସିଲେଟ, ପଦ୍ମପୁର ଏନଏସି, ସୋହେଲା, ଭଟଲି, ଅତାବିରା ,ବରପାଲି ଓ ଭେଡେନ ବ୍ଲକର ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜିର ୧୩୬ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୩ରେ ପହଞ୍ଚିଛି। ସେଥିମଧ୍ୟରୁ ୭୧୬ ଜଣ ସୁସ୍ଥ ହୋଇଛନ୍ତି, ୫ ଜଣଙ୍କର ମୃତ୍ୟୁ ଘଟିଛି ଓ ୪୮୨ଜଣ ଚିକିତ୍ସିତ ହେଉଛନ୍ତି ।