ନବରଙ୍ଗପୁର,ଏନ୍ଏନ୍ଏସ୍: ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ମୁଖ୍ୟ ବଜାର ପ୍ରାଙ୍ଗଣରେ ରବି ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ଯୋଗଦେଇ ମଣ୍ଡି ସୁପରିଚାଳନା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ସିଏସଓ ସଞ୍ଜୀବ କୁମାର ସାହୁ, ଏଆରସିଏସଓ ଶିବ ଶଙ୍କର ପ୍ରଧାନ, ଆରଏମସୀ ସମ୍ପାଦକ କପିଳେନ୍ଦ୍ର ସାସମଲ, ନିର୍ଦ୍ଦେଶକ ଝାଡ଼େଶ୍ୱର ଖାଡ଼େଙ୍ଗା ଓ ଚାଷୀ ନେତା ବୃନ୍ଦାବନ ତ୍ରିପାଠୀଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ । ଚଳିତ ବର୍ଷ ରବି ଧାନ ବିକ୍ରି ପାଇଁ ୯୬୭ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ୩୪,୪୩୨.୮୩ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ରବି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୪୦ ଟଙ୍କା ରହିଛି । ଉକ୍ତ କାର୍ଯ୍ୟକ୍ରମ ଆରଏମସି ସମ୍ପାଦକ କପିଳେନ୍ଦ୍ର ସାସମଲ ସଂଯୋଜନା କରିଥିବାବେଳେ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଛନ୍ତି ।