ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ଭୌରା କୋଲିୟରୀ ଅବୈଧ ଖନନ ସମୟରେ ଏକ ଖଣି ଖସିଯିବାରୁ ୩ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନେକ ଲୋକ ଫସି ରହିଥିବା ନେଇ ଅନୁମାନ କରାଯାଉଛି । ଏନେଇ ଜଣେ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ, ଉକ୍ତ ଘଟଣାଟି ଧନବାଦ ଜିଲ୍ଲାର ପାଖାପାଖି ୨୧ କିମି ଦୂରରେ ଅବସ୍ଥିତ ଭାରତ କୋକିଙ୍ଗ କୋଲ ଲିମିଟେଡ(ବୀସୀସୀଏଲ)ର ଭୌରା କୋଲିୟରୀ କ୍ଷେତ୍ରରେ ଘଟିଛି । ସ୍ଥାନୀୟ ଲୋକ ଅବୈଧ ଖନନରେ ବ୍ୟସ୍ତଥିବାବେଳେ ଏପରି ଘଟଣା ଘଟିଥିଲା ।