ଦେବଗଡ଼,ଏନ୍ଏନ୍ଏସ୍: ପବିତ୍ର ଦଶହରା ଉପଲକ୍ଷେ ଦେବଗଡ଼ ଜିଲ୍ଲାର ପୁରପଲ୍ଲୀରେ ଆଜି ଆନନ୍ଦଉଲ୍ଲାସ ମଧ୍ୟରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ଖପରସାହି ସ୍ଥିତ ଜୟ ଦୁର୍ଗା କ୍ଳବ ଓ ମଠ ସାହି ସ୍ଥିତ ମୋନରମା କ୍ଳବ ଆନୁକୂଲ୍ୟରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥବା ବେଳେ ସନ୍ଧ୍ୟାରେ ରାମ, ଲକ୍ଷ୍ମଣ, ଭାରତ, ଶତ୍ରୁଘ୍ନ ଓ ହନୁମାନଙ୍କ ବେଶରେ କୁନିକୁନି ପିଲାମାନେ ନଗର ପରିକ୍ରମା କରିବା ପରେ ବାଜାଗାଜାର ତାଳେତାଳେ ରାବଣ ପୋଡି ସ୍ଥଳରେ ପହଞ୍ଚିଥିଲେ।
