ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ଯାଇ ମା’ ଦୂର୍ଗାଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମାଙ୍କୁ ପୂଜାର୍ଚ୍ଚନା କରିବା ସହ ରାଜ୍ୟବାସୀଙ୍କ ପାଇଁ ଆଶୀର୍ବାଦ କାମନା କରିଛନ୍ତି ଧର୍ମେନ୍ଦ୍ର । ଏହାସହ ବିଭିନ୍ନ ମଣ୍ଡପରେ ଥିବା ତୋରଣ ଦେଖିଥିଲେ ।

ଧର୍ମେନ୍ଦ୍ରଙ୍କ ସହ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ମୁଖପାତ୍ର ଦିଲୀପ ମହାନ୍ତି ସମେତ ଅନ୍ୟ ବିଜେପି ନେତା ମାନେ ମଧ୍ୟ ରାଜଧାନୀ ବିଭିନ୍ନ ପୂଜା ମଣ୍ଡପ ବୁଲିଥିଲେ । ଏହି ସମୟରେ ଧର୍ମେନ୍ଦ୍ର କହିଥିଲେ, “କରୋନାର ଦୁଇ ବର୍ଷ ପରେ ପୂଜା ହେଉଥିବା ବେଳେ ଲୋକମାନେ କଷ୍ଟ ଭୁଲି ଉତ୍ସବ ମୁଖର ହୋଇଛନ୍ତି । ତେଣୁ ମା ସମସ୍ତଙ୍କୁ ସୁସ୍ଥ ରଖନ୍ତୁ ଶକ୍ତି ଓ ସମ୍ପୂର୍ଣ୍ଣତା ଦିଅନ୍ତୁ । ସମସ୍ତେ ଖୁସିରେ ରୁହନ୍ତୁ ।