ଜାହାଙ୍ଗୀରପୁର ହିଂସାରେ ଅପରାଧିକ ଷଡ଼ଯନ୍ତ୍ର, ଗୃହ ମନ୍ତ୍ରଣାଳକୁ ରିପୋର୍ଟ ଦେଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରରେ ହନୁମାନ ଜୟନ୍ତୀ ହିଂସାର ପ୍ରାଥମିକ ରିପୋର୍ଟ କେନ୍ଦ୍ର ଗୃହ ମନ୍ତ୍ରଣ।।ଳୟକୁ ପୁଲିସ ହସ୍ତାନ୍ତର କରିଛି । ଅପରାଧିକ ଷଡ଼ଯନ୍ତ୍ର ଅନ୍ତର୍ଗତ ଜାହାଙ୍ଗୀରପୁରରେ ହିଂସା ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ରିପୋର୍ଟରେ ସମ୍ପୂର୍ଣ୍ଣ ଘଟଣାକ୍ରମ ମଧ୍ୟ ଉପସ୍ଥାପନ କରାଯାଇଛି । ଏଥିସହିତ ଘଟଣାରେ ବ୍ୟବହୃତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଥିବା ନେଇ ଦିଲ୍ଲୀ ପୁଲିସ ସୂଚନା ଦେଇଛି ।

ଉକ୍ତ ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୪ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ୩ଜଣ ନାବାଳକ ମଧ୍ୟ ସାମିଲ ରହିଛନ୍ତି । ସେମାନଙ୍କୁ ବାଳ ସୁଧାର ଗୃହ ପଠାଯାଇଛି । ଉକ୍ତ ଘଟଣାକୁ ଅପରାଧିକ ଷଡ଼ଯନ୍ତ୍ର ଅନ୍ତର୍ଗତ ଧାରା ୧୨୦ବି ଲଗାଯାଇଛି।

ସୂଚନାଯୋଗ୍ୟ, ହନୁମାନ ଜୟନ୍ତୀ ଅବସରରେ ଜାହାଙ୍ଗୀରପୁର ଅଞ୍ଚଳରେ ଏକ ଶୋଭାଯାତ୍ରା ବାହାରିଥିଲା । ଏହି ସମୟରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଉକ୍ତ ଅଞ୍ଚଳରେ ହିଂସା ସହ ପଥର ମାଡ଼ ଆରମ୍ଭ ହୋଇଥିଲା ।