କାବୁଲର ସ୍କୁଲରେ ବୋମା ବିସ୍ଫୋରଣ, ୨୦ ଶିଶୁ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନ ରାଜଧାନୀ କାବୁଲର ଟ୍ରେନିଂ ସେଣ୍ଟର ଓ ସ୍କୁଲ ଉପରେ ଆକ୍ରମଣ ହୋଇଛି । ଶିୟା ସମୁଦାୟକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି । ଫଳରେ ୨୦ଜଣ ପିଲାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

କାବୁଲର ଦସ୍ତ-ଏ-ବର୍ଚ୍ଚୀ ଅଞ୍ଚଳରେ ଥିବା ଅବଦୁର ରହୀମ ସାହିଦ ହାଇସ୍କୁଲରେ ୩ରୁ ୫ଜଣ ଆତ୍ମଘାତୀ ଆକ୍ରମଣକାରୀ ଆକ୍ରମଣ କରିଥିଲେ । ସେଥିମଧ୍ୟରୁ ୨ଜଣ ବୋମା ବିସ୍ଫୋରଣ କରିଥିଲେ । ବିସ୍ଫୋରଣ ସମୟରେ ଅନେକ ଛାତ୍ର ଶ୍ରେଣୀଗୃହ ଭିତରେ ଥିଲେ । ଉକ୍ତ ଘଟଣାର ଯାଞ୍ଚ ଆରମ୍ଭ ହୋଇଥିବା ନେଇ ସୂଚନା ମିଳିଛି ।