ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକରେ ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ସେମିଫାଇନାଲରେ ହାରି ଯାଇଛନ୍ତି। ସିନ୍ଧୁ ଚିନି ତାଇପେର ତାଇଜୁ ୟିଙ୍ଗଙ୍କଠାରୁ ହାରି ଅଲମ୍ପିକରେ ଲଗାତାର ରୌପ୍ୟ ପଦକରୁ ବଞ୍ଚିତ ହୋଇଛନ୍ତି। ସିନ୍ଧୁ ଆରମ୍ଭରେ ଭଲ ଖେଳିଥିଲେ ମଧ୍ୟ ବିଶ୍ୱର ୧ ନମ୍ବର ଖେଳାଳୀଙ୍କଠାରୁ ୨୧-୧୮ ଓ ୨୧-୧୨ରେ ହାରି ଯାଇଥିଲେ। କିନ୍ତୁ ସିନ୍ଧୁଙ୍କ ପାଇଁ ଏବେ ବି ପଦକ ରାସ୍ତା ବନ୍ଦ ହୋଇନାହିଁ। ସିନ୍ଧୁ ଅଗଷ୍ଟ ୧ ତାରିଖରେ କାଂସ୍ୟ ପଦକ ପାଇଁ ଲଢ଼ିବେ। ଏହି ମ୍ୟାଚରେ ସିନ୍ଧୁ ଚୀନର ବିଙ୍ଗ ଜିଆଔଙ୍କୁ ଭେଟିବେ।