ରାଜନୀତିରୁ ସନ୍ନ୍ୟାସ ନେଲେ ବାବୁଲ ସୁପ୍ରିଓ

ନୂଆଦିଲ୍ଲୀ,ଏଜେନ୍ସି: ଗୀତିକାର ତଥା ରାଜନେତା ବାବୁଲ ସୁପ୍ରିଓ ରାଜନୀତିକୁ ଅଲବିଦା କହିଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପଶ୍ଚିମବଙ୍ଗରେ ବିଜେପିର ସାଂସଦ ଥିବା ବାବୁଲ ସୁପ୍ରିଓ ରାଜନୀତିରୁ ବିଦାୟ ନେଇଥିବା ସମ୍ପର୍କରେ ସେ ନିଜେ ଫେସବୁକରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏଥିସହିତ ସେ ପୋଷ୍ଟରେ ଲେଖିଛନ୍ତି କି ରାଜନୀତିକୁ ନ ଆସି ମଧ୍ୟ ସାମାଜିକ କାର୍ଯ୍ୟ କରିପାରିବା। ଏଥିସହିତ ସେ ସ୍ପଷ୍ଟ କରିଛନ୍ତି କି ସେ ସବୁବେଳେ ବିଜେପି ସହିତ ଥିଲେ ଓ ଆଗକୁ ମଧ୍ୟ ରହିବେ।

ଗତ କିଛିଦିନ ହେବ ବାବୁଲ ସୁପ୍ରିଓ ନିରବ ରହିବା ସହ ବିଜେପିରେ ତାଙ୍କ ଭୂମିକା କମ ହେଉଥିବା ନେଇ ଅନେକ ପ୍ରଶ୍ନ ଉଠିଥିଲା। ଆଜି ସେ ରାଜନୀତିରୁ ବିଦାୟ ନେବା ପରେ ତାଙ୍କର ଦଳ ମଧ୍ୟ ଥିବା ବିବାଦ ସାମ୍ନାକୁ ଆସିଛି। ସେ କହିଛନ୍ତି କି ଦଳ ସହିତ କିଛି ମତଭେଦ ଥିଲା। ଏହି ଘଟଣା ନିର୍ବାଚନ ପୂର୍ବରୁ ସମସ୍ତଙ୍କ ସାମ୍ନାକୁ ଆସିଯାଇଥିଲା। ତେବେ ନିର୍ବାଚନ ହାରିବାରେ ମୋର ଭୁଲ ଅଛି କିନ୍ତୁ ଏଥିରେ ଅନ୍ୟ ନେତାମାନଙ୍କ ମଧ୍ୟ ଭୁଲ ରହିଛି।