ସଙ୍ଗିନୀ ପକ୍ଷରୁ ଆୟୋଜିତ ଟିକାକରଣ କାର୍ଯ୍ୟକ୍ରମର ଉଦଘାଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡା,ଏନ୍ଏନ୍ଏସ୍: ସଙ୍ଗିନୀ ଲେଡ଼ିସ ଫୋରମ ପକ୍ଷରୁ ଅଶୋକା ପବ୍ଲିକ ସ୍କୁଲରେ ଆୟୋଜିତ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମକୁ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଉଦଘାଟନ କରିଛନ୍ତି। ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଲୋକଙ୍କୁ ଟିକା ଯୋଗାଇଦେବା ପାଇଁ ସଙ୍ଗିନୀ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ସ୍ୱାଗତ ଯୋଗ୍ୟ। ସେହିପରି ସଙ୍ଗିନୀ ସଂଗଠନର ନିର୍ଦ୍ଦେଶିକା ସରିତା ଅଗ୍ରୱାଲ କହିଛନ୍ତି ସରକାର ତଥା ଲୋକଙ୍କୁ ସହଯୋଗର ହାତ ବଢ଼ାଇ କରୋନା ଦାଉରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଯେଉଁ ବ୍ୟକ୍ତିମାନେ ରେଜିଷ୍ଟ୍ରେସନ କରିପାରୁ ନାହାନ୍ତି ସଂଗଠନ ପକ୍ଷରୁ ସେମାନଙ୍କର ରେଜିଷ୍ଟ୍ରେସନ କରାଯାଇ ଟିକାକରଣ କରାଯାଉଛି। ସମସ୍ତ କୋଭିଡ ନିୟମକୁ ପାଳନ କରି ଟିକାକରଣ କରାଯାଉଥିବା ବେଳେ ଲୋକଙ୍କୁ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା କରି ସରକାରଙ୍କ କୋଭିଡ଼ ଗାଇଡ଼ଲାଇନକୁ ପାଳନ କରିବା ପାଇଁ ସଚେତନ କରାଯାଇଛି। ଆଜି ୧୫୦ ଜଣ ବ୍ୟକ୍ତିଙ୍କୁ ଟିକା ପ୍ରଦାନ କରାଯାଇଛି। ଏହି ଅବସରରେ ସରିତା ଅଗ୍ରୱାଲ, ଅନୁପମା ଅଗ୍ରୱାଲ, ରିଙ୍କି କୌର, ସଂଗୀତା ଖାଲ୍କୋ, ପ୍ରେମଲତା ଶକୁନିଆଁ, ଲଷ୍ମୀଥାପା, ବେଳ ଥାପା, ସ୍ୱର୍ଣ୍ଣା ଦେବୀ, ତପସ୍ୟା ସେଠୀ, ସୋନୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।