ବାଇଡେନଙ୍କୁ କଡ଼ା ଜବାବ ଦେଲେ ପୁତିନ: ଯିଏ ଯେମିତିକା ତାକୁ ସେମିତି ହିଁ ଦେଖାଯାଏ

ୱାସିଂଟନ୍,ଏଜେନ୍ସି: ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ଋଷ ମଧ୍ୟରେ ତିକ୍ତତା ବଢ଼ୁଛି। ଏହି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଋଷ ରାଷ୍ଟ୍ରପତି ପୁତିନ ସାମ୍ନାସାମ୍ନି ହୋଇଛନ୍ତି। ସୂଚନା ଅନୁସାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ରାଷ୍ଟ୍ରପତି ପୁତିନଙ୍କୁ ହତ୍ୟାକାରୀ ବୋଲି କହିଥିଲେ। ପୁତିନ ଏହାର କଡ଼ା ଜବାବ ଦେଇଛନ୍ତି। ପୁତିନ କହିଛନ୍ତି କି ଯିଏ ଯେମିତିକା ତାକୁ ସେମିତି ହିଁ ଦେଖାଯାଏ। ଏଥିସହିତ ସେ ସ୍ପଷ୍ଟ କହିଛନ୍ତି କି ଋଷ ଆମେରିକା ସହିତ ସମ୍ପର୍କ ଜାରି ରଖିବ।