ଆଷ୍ଟ୍ରାଜେନେକା ଟିକାକୁ ୟୁରୋପୀୟ ମେଡ଼ିସିନ୍ ଏଜେନ୍ସିର ଗ୍ରୀନ୍ ସିଗନାଲ୍

ନୂଆଦିଲ୍ଲୀ,ଏଜେନ୍ସି: ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର କରୋନା ଟିକା ସୁରକ୍ଷିତ ଓ ପ୍ରଭାବୀ ବୋଲି ୟୁରୋପୀୟ ମେଡ଼ିସିନ୍ ଏଜେନ୍ସି କହିଛି। ଗତ କିଛି ସପ୍ତାହ ତଳେ ଏହି ଟିକା ନେବା ପରେ ରକ୍ତ ଜମାଟ ବାନ୍ଧୁଥିବା ଅଭିଯୋଗ କରି ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ସ୍ପେନ୍ ଓ ଡେନମାର୍କ ସହିତ ଅନ୍ୟ କେତେକ ୟୁରୋପୀୟ ଦେଶଗୁଡ଼ିକରେ ଟିକାକରଣ ବନ୍ଦ କରାଯାଇଥିଲା। ତେବେ ୟୁରୋପୀୟ ମେଡ଼ିସିନ୍ ଏଜେନ୍ସି ଏହାର ଯାଞ୍ଚ କରିବା ପରେ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଏଥିସହିତ ରକ୍ତ ଜମାଟ ବାନ୍ଧିବା ସହିତ ଟିକାର କୌଣସି ସମ୍ବନ୍ଧ ନଥିବା କହିଛନ୍ତି। ୟୁରୋପୀୟ ମେଡ଼ିସିନ୍ ଏଜେନ୍ସି ନିର୍ଦ୍ଦେଶକ ଏମର କୁକ୍ ଏହି ସୂଚନା ଦେଇଛନ୍ତି।

ଏଥିସହିତ ପୁଣି ଟିକାକରଣ ଆରମ୍ଭ କରିବାକୁ ଏଜେନ୍ସି ପକ୍ଷରୁ କୁହାଯାଇଛି।