ଘୁନସରରେ ପୁଷପୁନୀ ଭେଟଘାଟ ଅନୁଷ୍ଠିତ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଘୁନସର ଗ୍ରାମର ଶ୍ରୀ ଅରବିନ୍ଦ ଯୁବକ ସଂଘ ଆନୁକୂଲ୍ୟରେ କଳାହାଣ୍ଡି ଘୁମୁରା ଷ୍ଟୁଡ଼ିଓର ପ୍ରସ୍ତୁତି ଓ ଅଜିତ ସାହୁଙ୍କ ପ୍ରଯୋଜନାରେ ସ୍ଥାନୀୟ ଦୁର୍ଗା ମଣ୍ଡପରେ ପୁଷପୁନୀ ଭେଟଘାଟ-୨୦୨୩ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯୁବକ ସଂଘର ସଦସ୍ୟମାନେ ସ୍ଥାନୀୟ ଚଣ୍ଡି ମନ୍ଦିରରୁ ମଶାଲ ଶୋଭାଯାତ୍ରାରେ ବାହାରି ଗ୍ରାମ୍ୟ ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ସତ୍ୟପ୍ରିୟ ସାହୁ ଅତିଥିଭାବେ ଯୋଗ ଦେଇଥିଲେ । ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ମୁଖ୍ୟବକ୍ତା ଭାବେ ସାମ୍ବାଦିକା ଶତରୁପା ସାମନ୍ତରାୟଓ ସମ୍ମାନିତ ଅତିଥିଭାବେ ବ୍ଲକ ଉପଧ୍ୟକ୍ଷା ଗୁଣସାଗର ମାଝୀ, ସାଂସଦଙ୍କ ବ୍ଲକ ପ୍ରତିନିଧୀ ଅକ୍ଷୟ ରଣା, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ଭୋଇ, ରିତାରାଣୀ ହାତୀ, ସଇଁନ୍ତଲା ବ୍ଲକ ଆତ୍ମା ଅଧ୍ୟକ୍ଷ ହେମନ୍ତ ସାହୁ, ଘୁନସର ସରପଞ୍ଚ ଅନୁରାଧା ସେଠ୍‌, କଁସର ସରପଞ୍ଚ ହେମକାନ୍ତି ସାହୁ, କନ୍ଧକେଲଗାଁ ସରପଞ୍ଚ ଅହଲ୍ୟା ସାହୁ ଓ ଭଦ୍ରା ସରପଞ୍ଚ ରାଜିନ୍ଦ୍ର ଜାନୀ ପ୍ରମୁଖ ମଞ୍ଚାସୀନ ରହି ମତବ୍ୟକ୍ତ କରିଥିଲେ । ଯୁବକ ସଂଘ ସଭାପତି ପ୍ରେମାନନ୍ଦ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠତି ଏହି କାର୍ଯ୍ୟକ୍ରମରେ ସ୍ୱାଗତ ନାୟକ, ସୁବାଶିଷ ମିଶ୍ର ଓ ଟୁଲୁ ମହାପାତ୍ର ପ୍ରମୁଖ ମଞ୍ଚ ପରିଚାଳନା କରିିଥିଲେ । ଏହି ଅବସରରେ କମେଡ଼ି କିଙ୍ଗ ଯୋଗେଶ ଯୋଯୋ ଦର୍ଶକଙ୍କ ମନ ମୋହିଥିବାବେଳେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ପଙ୍କଜ ଜାଲ, ଆଶିଷ କୁମ୍ଭାର ଓ ମୁକ୍ତା ସଂଗୀତ ଏବଂ ନୃତ୍ୟଶିଳ୍ପୀ କଲ୍ୟାଣୀ ପ୍ରଧାନ, ରୂପେଲି ଓଝା, ପୂଜା ଓ ସ୍ୱାତିମୟୀ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ସମାଜସେବୀ ମନୋଜ ଶର୍ମା, ସାମ୍ବାଦିକ ତରୁଣ ବେହେରା, ରାଖାଲ ଶତପଥୀ, ଆଲୋକ ସାହୁ, ଜୁଲୁ ମହାପାତ୍ର, ଶତରୂପା ସାମନ୍ତରାୟ, ବିଶାଲ ଅଗ୍ରୱାଲ, ଅବିନାଶ ନନ୍ଦ, ଅଜିତ ସାହୁ, ନାରାୟଣ ସାହୁ, ରାମନାରାୟଣ ବାଗ ପ୍ରମୁଖଙ୍କୁ ଉପଢ଼ୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଯୁବକ ସଂଘର ସମ୍ପାଦକ ମନୋଜ ସାହୁ, ଉପସଭାପତି ଆଲୋକ ଚନ୍ଦ୍ର ନାୟକ, ସହସମ୍ପାଦକ ସୁନୀଲ ଗହୀର ଓ କୋଷାଧ୍ୟକ୍ଷ ତୁଳସୀ ଦାସ ଗହୀରଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଆୟୋଜକ କମିଟି ତରଫରୁ ଅଜିତ ସାହୁ ଧନ୍ୟବାଦ ଦେଇଥିଲେ ।