ନବରଙ୍ଗପୁର,ଏନ୍ଏନ୍ଏସ୍: ହକି ବିଶ୍ୱକପ ମହାପର୍ବ ଅବସରରେ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଛାତ୍ରୀମାନେ ମହାବିଦ୍ୟାଳୟଠାରୁ ଆରମ୍ଭ କରି ସ୍ଥାନୀୟ ଗାନ୍ଧୀ ଛକ ଓ ଆମ୍ବେଦକର ଛକ ଦେଇ ନଗର ପରିକ୍ରମା କରିଥିଲେ । ଏହି ପଦଯାତ୍ରାରେ ଛାତ୍ରୀଙ୍କ ସହିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗ ଦେଇଥିଲେ । ହକି ବିଶ୍ୱକପର ବାର୍ତ୍ତା ସହରର ସମସ୍ତ କୋଣ ଅନୁକୋଣରେ ପହଞ୍ଚାଇବା ହେଉଛି ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ । ଏହି ଅବସରରେ ଛାତ୍ରୀଙ୍କ ମଧ୍ୟରେ ଝୋଟି, ବାଲୁକା କଳା, ଚିତ୍ରାଙ୍କନ, ସଙ୍ଗୀତ, ପ୍ରବନ୍ଧ, ବକ୍ତୃତା ଓ ପ୍ଲାକାର୍ଡ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ପଦଯାତ୍ରାରେ ଉଠା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଦିଲ୍ଲୀପ ଦାସ, ସେବା ନିବୃତ ଅବକାରୀ ଅଧିକ୍ଷକ ଶିବ ଗନ୍ତାୟତ, କଲେଜ ଅଧ୍ୟକ୍ଷା ମାଲେଶ୍ୱରୀ ସାହୁ, ଶିକ୍ଷା ବିଭାଗ ମୁଖ୍ୟ ଡା.ସଂଯୁକ୍ତା ପଣ୍ଡା ଓ ମୋ କଲେଜ ସଂଯୋଜକ ବିନୋଦ ବିହାରୀ ପ୍ରଧାନ, ରଞ୍ଜୁସା ପ୍ରହରାଜ, ତାଇରା ବେଗୁମ୍ ଓ ଭୁବନ ହରିଜନ ପ୍ରମୁଖ ଯୋଗ ଦେଇଥିଲେ ।