ପୁରୀ ମୁନିସ୍‌ପାଲିଟିର ୪ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ

ପୁରୀ,ଏନ୍ଏନ୍ଏସ୍: ପୁରୀ ମୁନିସ୍‌ପାଲିଟିର ୱାର୍ଡ ନମ୍ବର-୨୫, ୨୬, ୩୧ ଓ ୩୨ ଅଞ୍ଚଳକୁ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିବା ଜଣାପଡ଼ିଛି। ଏନେଇ ଆଜିଠୁ ୯ ଦିନ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ କଟକଣା ଜାରି ରହିବ। ଏହି ପରିପ୍ରେକ୍ଷୀରେ ଆଜି ରାତି ୯ଟାରୁ ଅଗଷ୍ଟ ୩ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ କଟକଣା ବଳବତ୍ତର ରହିବ।

ଗତକାଲି ପୁରୀରୁ ୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରେ ଉକ୍ତ ୪ଟି ୱାର୍ଡରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ସାଧରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ୪ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।