ବ୍ରହ୍ମପୁର,ଏନ୍ଏନ୍ଏସ୍: ଗଞ୍ଜାମରେ କରୋନା କାୟା ବିସ୍ତାର କରିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ରୋକ ଲାଗୁନି। ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମର ଆଉ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି। କରୋନାରେ ବିଇଏମସି ଆସିଷ୍ଟାଣ୍ଡ ଇଞ୍ଜିନିୟର କୈଳାସ ଚନ୍ଦ୍ର ନାଏକଙ୍କ ମୃତ୍ୟୁ ଘଟିଥିବା ବ୍ରହ୍ମପୁର ମହାନଗର ନିଗମର କମିସନର ସୂଚନା ଦେଇଛନ୍ତି।
ଗତ କିଛିଦିନ ତଳେ ଇଞ୍ଜିନିୟର କୈଳାସଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ କିମ୍ସ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ସେ ଜଣେ ଭଲ ମଣିଷ ଥିଲେ ଓ କରୋନ ଯୋଦ୍ଧାରେ ତାଙ୍କର ବଳିଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ବିଇଏମସି କମିସନର ଟ୍ୱିଟ କରି କହିଛନ୍ତି।