ଜେଲରେ ପୁଞ୍ଜିଲାଲଙ୍କୁ ମାଡ଼ ଅଭିଯୋଗ

ବଲାଙ୍ଗିର, ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜେଲରେ ତାଙ୍କୁ ଜେଲର୍ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ପାଟଣାଗଡ଼ ଏସଡ଼ିଜେଏମ କୋର୍ଟରେ ତାଙ୍କର ଓକିଲ ଜଣାଇଛନ୍ତି। ଏହାସହ ଚିକିତ୍ସା ବ୍ୟବସ୍ଥା କରିବାକୁ ଓକିଲ କହିଛନ୍ତି। ପ୍ରକାଶ ଥାଉକି, ୨୦୧୮ ମସିହା ଫେବ୍ରୁଆରୀ ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ଏହି ଭୟଙ୍କରେ ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ପାଟଣାଗଡ଼ ସହରର ବରହମ୍ପୁରାରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରକୁ ଆସିଥିବା ଏକ ବୋମା ଭର୍ତ୍ତି ପାର୍ସଲ ବିସ୍ଫୋରଣ ହୋଇଥିଲା। ଏଥିରେ ରବୀନ୍ଦ୍ରଙ୍କ ନବ ବିବାହିତ ପୁଅ ସୌମ୍ୟଶେଖର ଏବଂ ତାଙ୍କ ସମ୍ପର୍କୀୟ ଜେଜେ ମା’ଙ୍କ ମୃତ୍ୟୁ ଘଟିଥିଲା।