ମେହବୁବାଙ୍କୁ ଜାମ୍ମୁ-କାଶ୍ମୀର କଂଗ୍ରେସର ନିନ୍ଦା

କାଶ୍ମୀର,ଏଜେନ୍ସି: ଜାମ୍ମୁ କାଶ୍ମୀରର ପୂର୍ବନତ ପ୍ରଧାନମନ୍ତ୍ରୀ ମେହବୁବା ମୁଫ୍ତିଙ୍କ ଭାରତୀୟ ଜାତୀୟ ପତାକାକୁ ନେଇ ଅରୁଚିକର ଓ ଦାୟିତ୍ୱହୀନତା ମନ୍ତବ୍ୟ ଘଟଣାରେ କେନ୍ଦ୍ରଶାସିତ ଅଞ୍ଚଳ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି।

ମୁଫ୍ତିଙ୍କ ଜାତୀୟ ପତାକା ଉପରେ ବିବୃତ୍ତିକୁ ନେଇ ଜାମ୍ମୁ କାଶ୍ମୀର ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ବକ୍ତା ରବିନ୍ଦର ଶର୍ମା ଏହା ଏକ ଉତ୍ତେଜକ ଓ ଦାୟିତ୍ୱହୀନତାର ପରିଚୟ ବୋଲି କହିଛନ୍ତି। ଏହା ଦେଶ ପ୍ରେମୀଙ୍କୁ କଠୋର ଆଘାତ ଦେଇଛି। ଏଭଳି ମନ୍ତବ୍ୟକୁ ସମାଜରେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।

ଏଥିସହିତ ସେ କହିଛନ୍ତି ଯେ ଜାତୀୟ ପତାକା ହେଉଛି ଦେଶର ସମ୍ମାନର ପ୍ରତୀକ ଏବଂ ଏହା ଦେଶ ରକ୍ଷା ପାଇଁ ନିଜ ଜୀବନକୁ ବଳିଦାନ କରିଥିବା ଲୋକଙ୍କ ମନେ ପକାଇଥାଏ। ମୁଫ୍ତି ଭାରତୀୟ ଲୋକଙ୍କ ଭାବନାକୁ କଷ୍ଟ ପହଞ୍ଚାଇବା ବନ୍ଦ କରିବାକୁ ସେ କହିଛନ୍ତି।

ମେହବୁବା ମୁଫ୍ତି ଦୀର୍ଘ ୧୪ ମାସର ଗୃହ ବନ୍ଦୀରୁ ଶୁକ୍ରବାର ଫେରିବା ପରେ ଏକ ସାକ୍ଷାତକାରରେ ସେ କହିଥିଲେ କି ଯେ ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀର ପତାକା ନ ଫେରିଛି ସେ ପର୍ଯ୍ୟନ୍ତ ତ୍ରିରଙ୍ଗା ପତାକାକୁ ଉଠିବାକୁ ଦେବେ ନାହିଁ ବୋଲି କହିଥିଲେ।