ମାଆଙ୍କ ଶେଷକୃତ୍ୟ ପାଇଁ ଜେଲରୁ ଏସକର୍ଟରେ ବାହାରିଲେ ପୁଞ୍ଜିଲାଲ

ବଲାଙ୍ଗିର,ଏନ୍ଏନ୍ଏସ୍: ମାଆର ଶେଷକୃତ୍ୟ ସମ୍ପର୍ଣ୍ଣ ପାଇଁ ପୁଞ୍ଜିଲାଲ ମେହେର ଆଜି ଜେଲରୁ ଏସକର୍ଟରେ ବାହାରିଛି। ତେବେ ପୁଞ୍ଜିଲାଲଙ୍କ ପରିବାର ଓ ଓକିଲ ପକ୍ଷରୁ କୋର୍ଟରେ ଜାମିନ ପାଇଁ ଆବେଦନ ହୋଇଥିଲେ ମଧ୍ୟ ଏଡିଜେ ଏହାକୁ ଖାରଜ କରିବା ସହ ତାଙ୍କୁ ଏସକର୍ଟରେ ଯିବାକୁ ଅନୁମତି ଦେଇଛନ୍ତି। ତେବେ ପୁଞ୍ଜିଲାଲ ପୁଲିସଙ୍କ ସହ ଯାଇ ସଂସ୍କାର କାର୍ଯ୍ୟ ସମାପ୍ତ କରି ପୁଣି ଜେଲକୁ ଫେରିବ ବୋଲି ଜଣାଯାଇଛି। ଏହି ପରିପ୍ରେକ୍ଷୀରେ ପୁଞ୍ଜିଲାଲ ପୁଲିସଙ୍କ ଗହଣରେ ବଲାଙ୍ଗିର ଅଭିମୁଖେ ବାହାରିଛନ୍ତି। ତେବେ ସେହି ଏକମାତ୍ର ପୁତ୍ର ହୋଇଥିବାରୁ ମା’ଙ୍କୁ ମୁଖାଗ୍ନି ଦେବେ।

ପାଟଣାଗଡ଼ରେ ହୋଇଥିବା ପାର୍ସଲବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଭାବେ ପୁଞ୍ଜିଲାଲ ଜେଲ ଦଣ୍ଡ ଭୋଗୁଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ତାଙ୍କ ମାଆଙ୍କ ବଲାଙ୍ଗିର ହସ୍ପିଟାଲରେ ମୃତ୍ୟୁ ହୋଇଥିବା ବେଳେ ପୁଞ୍ଜିଲାଲ ଜେଲରୁ ନ ଆସିବାରୁ ତାଙ୍କ ଶବକୁ ମେଡ଼ିକାଲରେ ରଖାଯାଇଥିଲା। ତେବେ ବର୍ତ୍ତମାନ ବଲାଙ୍ଗିରରେ ପୁଞ୍ଜିଲାଲ ମାଆଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ପାଇଁ ସମସ୍ତ ପ୍ରସ୍ତୁତି ହୋଇସାରିଥିବା ବେଳେ ପୁଲିସ ମଧ୍ୟ ତାଙ୍କୁ ଜେଲରୁ ନେଇ ବାହାରିଥିବା ଜଣାପଡ଼ିଛି।