ଆତଙ୍କୀ-ଯବାନ ଗୁଳିବିନିମୟ, ୨ ଆତଙ୍କବାଦୀ ନିହତ

ଜାମ୍ମୁ,ଏଜେନ୍ସି: ଜାମ୍ମୁ- କାଶ୍ମୀରର ପୁଲ୍‌ଓ୍ଵାମା ଅନ୍ତର୍ଗତ ତ୍ରାଲ ଅଞ୍ଚଳରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ରବିବାର ଭୋର ସମୟରେ ଏନକାଉଣ୍ଟର ଘଟିଛି। ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଆହୁରି କିଛି ଆତଙ୍କବାଦୀ ଲୁଚି ରହିଥିବାବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।

ଗତ ଶନିବାର ପାକିସ୍ତାନୀ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ପୁଞ୍ଚ ଜିଲାର ନିୟନ୍ତ୍ରଣ ରେଖା ନିକଟରେ ଥିବା ସେନାର ଶିବିର ଏବଂ ନିକଟବର୍ତ୍ତୀ ଗାଁ’ଗୁଡ଼ିକୁ ଟାର୍ଗେଟ କରି ଗୁଳି କରିଥିଲେ। ପ୍ରତିରକ୍ଷା ବିଭାଗର ଜଣେ ମୁଖପାତ୍ର କହିଛନ୍ତି, ପାକିସ୍ତାନ ଶନିବାର ରାତି ପ୍ରାୟ ସାଢେ ୯ଟାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟ ଦେଗୱର ସେକ୍ଟରରେ ଗୁଳି ଏବଂ ମୋର୍ଟାର ମାଡ଼ କରାଯାଇଥିଲା। ଭାରତୀୟ ସେନା ପକ୍ଷରୁଏହାର କଡ଼ା ଜବାବ ଦିଆଯାଇଛି।