Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରେକର୍ଡରେ ବାହ୍ୟମଳମୁକ୍ତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରେକର୍ଡରେ ବାହ୍ୟମଳମୁକ୍ତ

ବିମଳ କୃଷ୍ଣ ଥମ୍ବ, ଢ଼େଙ୍କାନାଳ

ରାଜ୍ୟ ସରକାର ଲୋକଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବିଭିନ୍ନ ଯୋଜନା ମାଧ୍ୟମରେ। ଦାରିଦ୍ର୍ୟର ସୀମାରେଖା ତଳେ  ଥିବା ଲୋକ ଯେ କେବଳ ନୁହନ୍ତି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ନୁହନ୍ତି ସେମାନଙ୍କୁ ବାହ୍ୟମଳମୁକ୍ତ କରିବା ପାଇଁ ଘରେ ଘରେ ପାଇଖାନା କରିଛନ୍ତି। ସରକାର ସିନା ପାଇଖାନା ତିଆରି କରିଦେଲେ ହେଲେ ତାହା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ।

ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଘଟିପିରି ପଞ୍ଚାୟତ ରଥପଦା ନିକଟ ପାଣୁମୃଗା ଶବର ସାହିରେ। କାଗଜପତ୍ରରେ ଏହା ବାହ୍ୟମଳମୁକ୍ତ ଗ୍ରାମ ଭାବେ ଘୋଷଣା ହୋଇଯାଇଛି ହେଲେ ବାସ୍ତବ ଚିତ୍ର କିନ୍ତୁ ଅଲଗା। ଏହି ଶବର ସାହିର ପରିବାର ସଂଖ୍ୟା ୩୫ ଅଟେ। ପ୍ରାୟ ୨୦ଟି ପରିବାର ପାଇଁ ପାଇଖାନା ନିର୍ମାଣ ହୋଇଥିବା ବେଳେ ଆଉ ବାକି ୧୫ଟି ପରିବାର ବଞ୍ଚିତ ହୋଇଛନ୍ତି।
ଗ୍ରାମର ୭୦ ବର୍ଷ ବୟସ୍କା ବୃଦ୍ଧା ରଞ୍ଜନା ଦେହୁରୀ, ଅଣ୍ଟା ନଇଁଗଲାଣି। ବୟସର ସାୟାହ୍ନରେ  ବାଡ଼ି ହିଁ ତାଙ୍କର ସାହା ଭରସା। ଦୁଃଖର ସହ ସେ କୁହନ୍ତି ଗାଁରେ ଅନ୍ୟମାନଙ୍କୁ ପାଇଖାନା ମିଳିଲା। ମୁଁ ଯେତେ ଗୁହାରି କଲି, କାକୁତିମିନତି ହେଲି କେହି ମୋ କଥା ଶୁଣିଲେ ନାହିଁ। ଏ ବୟସରେ ଲୋଟା ଧରି ତାଙ୍କୁ ବାହାରକୁ ଯିବାକୁ ପଡୁଛି ବୋଲି ବୃଦ୍ଧା ଜଣଙ୍କ କ୍ଷୋଭର ସହ କହିଛନ୍ତି। ବୃଦ୍ଧା ରଞ୍ଜନାଙ୍କୁ ସିନା ପାଇଖାନା ମିଳିଲା ନାହିଁ ହେଲେ ଯେଉଁମାନଙ୍କୁ ମିଳିଛି ସେମାନେ ଦିନକ ପାଇଁ ବ୍ୟବହାର କରିନାହାନ୍ତି। ଏହାର ମୁଖ୍ୟ କାରଣ ହେଉଛି, ଉକ୍ତ ପାଇଖାନାଗୁଡ଼ିକ ଅସମ୍ପୂର୍ଣ୍ଣ ହୋଇ ପଡ଼ିଛି।

ଉକ୍ତ ଶବର ସାହିର ମାମିନା ଦେହୁରୀ, ରଥିଆ ଦେହୁରୀ, ଦୁହିତା ଦେହୁରୀ, ବରଜୁ ଦେହୁରୀ, ମଙ୍ଗୁଳି ଦେହୁରୀଙ୍କ ସମେତ ଆଉ କିଛି ପରିବାରକୁ ପାଇଖାନା ମଞ୍ଜୁର ହୋଇଥିଲା। ଏପରିକି ଠିକାଦାର ଆସି ଯେନତେନ ପ୍ରକାରେ ପାଇଖାନା ନିର୍ମାଣ କାର୍ଯ୍ୟ ଶେଷ କରିଦେଲେ ସିନା ହେଲେ ତାହା ପୂର୍ଣ୍ଣାଙ୍ଗ ହେଲାନାହିଁ। ଅଧିକାଂଶ ପାଇଖାନାରେ କବାଟ ଲାଗିନଥିବା ବେଳେ ପାଇଖାନାରୁ ଟାଙ୍କିକୁ ପାଇପ ସଂଯୋଗ ମଧ୍ୟ ହୋଇନାହିଁ। ଯେଉଁ ପାଇଖାନା ନିର୍ମାଣ ହୋଇଛି ତାହା ଅତ୍ୟନ୍ତ ନିମ୍ନମାନର ବୋଲି ଉକ୍ତ ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି।
ଶବର ସାହିରେ ଯେଉଁ କେତୋଟି ପାଇଖାନା ନିର୍ମାଣ ହୋଇଛି ତାହା ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି, ହେଲେ ଠିକାଦାର କିପରି ତାଙ୍କ ବିଲ୍ ନେଇ ଚାଲିଗଲେ ଏହା ପ୍ରଶ୍ନ କରିଛନ୍ତି ଗ୍ରାମବାସୀ। ମନ୍ଦେଇ ଦେହୁରୀ, ଗୁରୁବାରୀ ଦେହୁରୀ, ପରିଆ ଦେହୁରୀ, ରବି ଦେହୁରୀ, ବସନ୍ତ ଦେହୁରୀ, ରିଙ୍କି ଦେହୁରୀ, ରେବତୀ ଦେହୁରୀ, ହରିଆ ଦେହୁରୀ ଓ ପ୍ରତିମା ଦେହୁରୀ ଏବେ ବି ଅନାଇ ବସିଛନ୍ତି ସରକାର ବାହାଦୁରଙ୍କ କୃପା ହେଲେ ସେମାନଙ୍କୁ ପାଇଖାନାଟିଏ ମିଳିବ। ବହୁ ସମସ୍ୟା ଭିତରେ ଶବର ସାହିର ଲୋକ ଯୁଝି ହେଉଛନ୍ତି। ତାଙ୍କ ସାହି ନିକଟରେ ଚୋରା ପଥର ଖଣିରେ ଡିନାମାଇଟ ବିସ୍ଫୋରଣ କରାଯାଉଥିବାରୁ ସେମାନଙ୍କ ଘରଦ୍ୱାର କାନ୍ଥ ଫାଟି ଆଁ କଲାଣି। ରାତି ୭ଟାରୁ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ସାହି ବାସିନ୍ଦା। ପାନୀୟଜଳ ସମସ୍ୟା ମଧ୍ୟ କିଛି କମ୍ ନୁହଁ।
ଉକ୍ତ ସାହିରେ ଥିବା ଏକମାତ୍ର ନଳକୂପ କାର୍ଯ୍ୟକ୍ଷମ ନୁହଁ। ଏକମାତ୍ର କୂଅ ଜଳ ଦୂଷିତ ହୋଇପଡ଼ିଛି। ସାହିର ଅନତି ଦୂରରେ ଅହରହ କ୍ରସର ଚାଲୁଥିବାରୁ ଏହାର ଗୁଣ୍ଡ ମିଶୁଛି। ସାହିବାସିନ୍ଦା ବାଧ୍ୟ ହୋଇ ଉକ୍ତ ପାଣି ବ୍ୟବହାର କରୁଛନ୍ତି। ସେମାନଙ୍କ ସୁବିଧା ନିମନ୍ତେ କୂଅ ଉପରେ ଏକ ନଳକୂଅ ବସାଇଥିଲେ ହେଁ ତାହା ମଧ୍ୟ ଅସମ୍ପୂର୍ଣ୍ଣ ହୋଇଥିବାରୁ ବ୍ୟବହାର ଅନୁପଯୋଗୀ ଅଟେ। ସରକାରୀ ଯୋଜନା ଯେ କିପରି ନାଲିଫିତା ତଳେ ଚାପି ହୋଇଯାଉଛି ଏହାର ନଗ୍ନ ଉଦାହରଣ ପାଲଟିଛି ପାଣୁମୃଗା ଶବର ସାହି।