ଚାଷୀଙ୍କ ଦାବି ସ୍ୱୀକାର କଲେ ପଞ୍ଜାବ ସରକାର, ଏବେ ଆଖୁ କୁଇଣ୍ଟାଲ ପିଛା ୩୬୦ ଟଙ୍କା

ନୂଆଦିଲ୍ଲୀ,ଏଜେନ୍ସି: ପଞ୍ଜାବ ସରକାର ଆଖୁ ଚାଷୀଙ୍କ ଦାବିକୁ ସ୍ୱୀକାର କରିଛନ୍ତି। ଏଥି ସହିତ ପଞ୍ଜାବ ସରକାର ଆଖୁର କୁଇଣ୍ଟାଲ ପିଛା ଦର ବୃଦ୍ଧି କରିଛନ୍ତି। ଏଣିକି ଆଖୁ ଚାଷୀମାନେ କୁଇଣ୍ଟାଲ ପିଛା ୩୬୦ ଟଙ୍କା ପାଇବେ। ପଞ୍ଜାବର ଚାଷୀମାନେ ଆଖୁ କୁଇଣ୍ଟାଲ ପିଛା ଦର ବୃଦ୍ଧି ପାଇଁ ଆନ୍ଦୋଳନ କରିଥିଲେ। ସରକାର ନୂତନ ଦର ଘୋଷଣା କରିବା ପରେ ଚାଷୀମାନେ ନିଜର ଆନ୍ଦୋଳନକୁ ପ୍ରତ୍ୟାହାର କରିନେଇଛନ୍ତି। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଚାଷୀଙ୍କ ସହିତ ବୈଠକ ପରେ ଆଖୁ ଦର ବୃଦ୍ଧି ନେଇ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ନିଜର ଟୁଇଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ, ମୁଁ ଚାଷୀଙ୍କ କଲ୍ୟାଣ ପାଇଁ, ସେମାନଙ୍କର ରକ୍ଷା ପାଇଁ ପ୍ରତିବଦ୍ଧ। ଆଗାମୀ ଦିନରେ ନିଜର ସକ୍ଷମତା ଦୃଷ୍ଟିରୁ ଯଥାସମ୍ଭବ ସେମାନଙ୍କର ସହଯୋଗ କରିବି।

ଅନ୍ୟପଟରେ କିସାନ ମୋର୍ଚ୍ଚା ଏକତା ଟୁଇଟ କରି ନିଜର ଖୁସି ସେୟାର କରିଛି। ପଞ୍ଜାବ ଚାଷୀ ସଂଗଠନ ଏବଂ ଚାଷୀ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଧନ୍ୟବାଦ। ସେ ଆଖୁ କୁଇଣ୍ଟାଲ ପିଛା ୩୧୦ ଟଙ୍କାରୁ ୩୬୦ ଟଙ୍କା ବୃଦ୍ଧି କରିଛନ୍ତି। ଏହା ଆମର ଚାଷୀଙ୍କ ପାଇଁ ବଡ଼ ବିଜୟ।