ବିଜୁ ଯୁବ ଜନତା ଦଳ ତରଫରୁ ଜନସଚେତନତା

ରାୟଗଡ଼ା,ଏନ୍ଏନ୍ଏସ୍ : ରାୟଗଡା ଜିଲ୍ଲା ବିଜୁ ଯୁବ ଜନତା ଦଳ ତରଫରୁ କରୋନା ମହାମାରୀ ସମ୍ପର୍କରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର ୨ ତାରିଖ ଯାଏଁ ବିଜୁ ଯୁବ ଜନତା ଦଳ ତରଫରୁ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଦେବାଶିଷ ଖାଡେଙ୍ଗା କହିଛନ୍ତି। ରାୟଗଡା ଜିଲ୍ଲାବାସୀଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନତା କରାଇବା ସହ ମାସ୍କ ବଣ୍ଟନ କରାଯାଇଥିଲା। ସ୍ଥାନୀୟ ଗଜପତି ଛକରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଜନସାଧାରଣଙ୍କୁ ମାସ୍କ ବଣ୍ଟନ ସହ କରୋନା ମହାମାରୀରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପରିଧାନ କରିବା ପାଇଁ ବିଜୁ ଯୁବ ଜନତା ଦଳର କର୍ମୀମାନେ ନିବେଦନ କରିଥିଲେ। ଏଥିରେ ବାନାଗାଡି ତିରୁପତି, ବିରଜା ପାତ୍ର, ସନ୍ତୋଷ ରଥ ପ୍ରମୁଖ ଉପସ୍ଥିତ ଥିଲେ।