କଂଗ୍ରେସ ପକ୍ଷରୁ ମୌନ ସତ୍ୟାଗ୍ରହ ପାଳନ

ବାରିପଦା,ଏନ୍ଏନ୍ଏସ୍: ଅଖୀଳ ଭାରତ କଂଗ୍ରେସ କମିଟି ଓ ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ମୌନ ସତ୍ୟାଗ୍ରହ ପାଳନ କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ ପୂର୍ବତନ ବାରିପଦା ପୌରପରିଷଦର ୱାର୍ଡ଼ ନମ୍ବର ୧୫ ପୂର୍ଣ୍ଣଚନ୍ଦ୍ରପୁରସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ଆଜି ମଧ୍ୟାହ୍ନରେ ଏକ ଘଣ୍ଟା ମୌନ ସତ୍ୟାଗ୍ରହ ପାଳନ କରାଯାଇଛି। ସୂଚନା ଯୋଗ୍ୟ ଯେ, ଉତ୍ତରପ୍ରଦେଶର ହାଥରସରେ ଗତ ସେପ୍ଟେମ୍ବର ୧୪ରେ ୪ ଜଣ ଉଚ୍ଚ ସମ୍ପ୍ରଦାୟର ଯୁବକ ଜଣେ ଦଳିତ ସମ୍ପ୍ରଦାୟର ୧୯ ବର୍ଷିୟା ଯୁବତୀକୁ ଗଣଦୁଷ୍କର୍ମ କରିଥିଲେ। ଫଳରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା। ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବାରୁ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ଇସ୍ତଫା ଦାବି କରାଯାଇଛି। ଏଥି ସହିତ ଗଣଦୁଷ୍କର୍ମରେ ମୃତ ଯୁବତୀକୁ ନ୍ୟାୟ ପ୍ରଦାନ ନିମନ୍ତେ ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ନିରପେକ୍ଷ ତଦନ୍ତ ଦାବିରେ କଂଗ୍ରେସ ପକ୍ଷରୁ ଏହି ମୌନ ସତ୍ୟାଗ୍ରହ ପାଳନ କରାଯାଇଥିଲା। ଏଥିରେ ସାଂସଦ ସୁଶୀଳା ତିରିଆ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସସ୍ମିତା ଘୋଷାଲ, ପୂର୍ବତନ ଉପନଗରପାଳ ପ୍ରଦୀପ ମିଶ୍ର, ପ୍ରଦେଶ କଂଗ୍ରେସର ପୂର୍ବତନ ସମ୍ପାଦକ ଯୁଗେଶ କୁମାର ଅଗ୍ରୱାଲା, ଉପସଭାପତି ଅରବିନ୍ଦ ଦାସ, ନଗର ସଭାପତି ବିଜୟ ସିଇ, କୋଭିଡ଼-୧୯ ଜିଲ୍ଲା ସଂଯୋଜକ ଶାନ୍ତନୁ ପାଲ, ମାଇନରିଟି ସେଲ ଅଧ୍ୟକ୍ଷ ସେଖ ମୁସ୍ତାଫ, ପ୍ରଦୀପ ଦାସ, ମୀନକେତନ ବେହେରା, ଦୀପକ ଦାଶ, ନିର୍ମଳ ପ୍ରଧାନ, ତୁଷାର ବେହେରା, ଦେବାଶିଷ ଅଧିକାରୀ, ବିକାଶ ସାମଲ, ଚନ୍ଦୁ ସେଠୀ, ରଶ୍ମୀତା ମିଶ୍ର, ଇନ୍ଦୁମତୀ ମହାନ୍ତି, ଈତିଶ୍ରୀ ମିଶ୍ର, ବିକ୍ରମ ବର୍ମା ପ୍ରମୁଖ ଯୋଗ ଦେଇଥିଲେ।