କୋରାପୁଟରୁ ୪୩ ଆକ୍ରାନ୍ତ ଚିହ୍ନଟ : ସଂଖ୍ୟା ୬,୩୫୯କୁ ବୃଦ୍ଧି

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ୪୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୩୫୯ରେ ପହଞ୍ଚିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଟିଏମସି କେନ୍ଦ୍ରରୁ ୨ଜଣ, ହୋମ୍ କ୍ୱାରେଣ୍ଟାଇନରୁ ୬ଜଣ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୩୫ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ କୋଟପାଡ଼ ବ୍ଲକ ଓ କୋରାପୁଟ ପୌରାଞ୍ଚଳରୁ ୩ ଲେଖାଏଁ, ଜୟପୁର ପୌରାଞ୍ଚଳରୁ ୫ ଜଣ ଓ କୋଟପାଡ଼ ଏନଏସରୁ ୮ଜଣ ରହିଛନ୍ତି। ସେହିପରି ବୈପାରିଗୁଡ଼ା ବ୍ଲକରୁ ୭, ଲକ୍ଷ୍ମୀପୁର ଓ କୁନ୍ଦୁରା ବ୍ଲକରୁ ୨ ଲେଖାଏଁ, ସେମିଲିଗୁଡ଼ା ଓ ବୋରିଗୁମ୍ମାରୁ ଜଣେ ଲେଖାଏଁ, ଦଶମନ୍ତପୁର, କୋରାପୁଟ ଓ ଜୟପୁର ବ୍ଲକରୁ ୪ ଲେଖାଏଁ ରହିଛନ୍ତି।