ନବରଙ୍ଗପୁର,ଏନ୍ଏନ୍ଏସ: ନବରଙ୍ଗପୁର ପୌରପାଳିକାର ଉଠା ଦୋକାନୀଙ୍କୁ ଆର୍ଥିକ ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀ ଉଠା ଦୋକାନୀ ଆତ୍ମନିର୍ଭର ନିଧି ଯୋଜନାରେ ବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି । ନବରଙ୍ଗପୁର ପୌରପାଳିକା ତରଫରୁ ୨୯୪ ଜଣ ଉଠା ଦୋକାନୀଙ୍କୁ ଆର୍ଥିକ ସହାୟତା ନିମନ୍ତେ ଭାରତୀୟ ଷ୍ଟେଟ ବ୍ୟାଙ୍କ ନବରଙ୍ଗପୁର ତରଫରୁ ଋଣ ପ୍ରଦାନ କରିବା ପାଇଁ ସୁପାରିସ କରାଯାଇଥିଲା । ସେଥିମଧ୍ୟରୁ ୨୦ ଜଣ ଉଠା ଦୋକାନୀଙ୍କୁ ଆର୍ଥିକ ସହାୟତା ନିମନ୍ତେ ବ୍ୟାଙ୍କ ତରଫରୁ ଋଣ ରାଶି ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ରଙ୍କ ଦ୍ୱାର ସମସ୍ତଙ୍କୁ ଋଣ ରାଶିର ଚେକ୍ ପ୍ରଦାନ କରାଯାଇଥିଲା । ଏଥିରେ ୧୬ ଜଣଙ୍କୁ ୧୦ ହଜାର ଟଙ୍କା ଲେଖାଏଁ, ୩ଜଣଙ୍କୁ ୨୦ ହଜାର ଟଙ୍କା ଏବଂ ଜଣଙ୍କୁ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଆର୍ଥିକ ସହାୟତା ପାଇଁ ବ୍ୟାଙ୍କରୁ ଋଣ ପାଇଥିବା ସମସ୍ତ ଉଠା ଦୋକାନୀ ଏହାର ସଦୁପଯୋଗ କରି ଲାଭବାନ୍ ହେବାସହ ନିଜର ଆର୍ଥିକ ସ୍ଥିତି ସୁଦୃଢ଼ କରିବାକୁ ଜିଲ୍ଲାପାଳ ଡା. ମିଶ୍ର ପରାମର୍ଶ ଦେଇଥିଲେ । ପରବର୍ତ୍ତୀ ସମୟରେ ଅନ୍ୟ ଉଠା ଦୋକାନୀଙ୍କୁ ଆର୍ଥିକ ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀ ଉଠା ଦୋକାନୀ ଆତ୍ମନିର୍ଭର ନିଧି ଯୋଜନାରେ ଋଣ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ପ୍ରବନ୍ଧକ ଭାରତୀୟ ଷ୍ଟେଟ ବ୍ୟାଙ୍କ ଜୟପୁର କାବୁଲା ବେହେରା, ଏଲଡି ଏମ୍ରା ଜେନ୍ଦ୍ର କୁମାର ଯାମୁଡ଼ା, ମୁଖ୍ୟ ପ୍ରବନ୍ଧକ ଏସବିଆଇ ନବରଙ୍ଗପୁର ରଜତ ପାତ୍ର ଓ ନିର୍ବାହୀ ଅଧିକାରୀ ପୌରପାଳିକା ନବରଙ୍ଗପୁର ପ୍ରାଣନାଥ ସେଠ୍ ପ୍ରମୁଖ ଉପସ୍ଥିତ ଥିଲେ ।