ମହିଳାଙ୍କୁ ବସରେ ନ ଉଠାଇଲେ ମିଳିବ ଦଣ୍ଡ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବସରେ ମହିଳାଙ୍କୁ ପ୍ରଥମ ପାସେଞ୍ଜର ଭାବେ ବାରଣ କଲେ ଦଣ୍ଡ ଦିଆଯିବ । ଏନେଇ ସବୁ ଆରଟିଓଙ୍କୁ ଏସଟିଏ ସଚିବ ଚିଠି ଲେଖିଛନ୍ତି । ଏଭଳି ଘଟଣାକୁ ଦୃଷ୍ଟିରେ ରଖି ନିୟମିତ ଯାଞ୍ଚ କରିବାକୁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ମହିଳାଙ୍କୁ ବାରଣ କରୁଥିବେ ଇ-ଚାଲାଣ କଟାଯିବ । ବସ୍ ମାଲିକଙ୍କ ନାଁରେ ଚାଲାଣ କାଟିବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।