୧୨, ୫୦୦ ଶିକ୍ଷକଙ୍କୁ ସ୍ଥାୟୀ କଲେ ପଞ୍ଜାବ ସରକାର

ପଞ୍ଜାବ: ପଞ୍ଜାବର ଭଗବନ୍ତ ମାନ ସରକାର ବଡ଼ ଫଇସଲା ଗ୍ରହଣ କରି ରାଜ୍ୟର ୧୨ ହଜାର ୫୦୦ ଶିକ୍ଷକଙ୍କୁ ସ୍ଥାୟୀ କରିଦେଇଛନ୍ତି । ଏହି ସମୟରେ କିଛି ଅଧ୍ୟାପକଙ୍କ କଥା ଶୁଣି ଶ୍ରୀ ମାନ ଭାବବିହ୍ୱଳ ହୋଇଯାଇଥିଲେ । ଭଗବନ୍ତ ମାନ କହିଛନ୍ତି ଯେ, ମୁଁ ଅଧ୍ୟାପକର ପୁଅ ହୋଇଥିବାରୁ ସମସ୍ତଙ୍କ ଦୁଃଖ ବୁଝିପାରୁଛି । ପୂର୍ବ ସରକାର ଏହି ଶିକ୍ଷକଙ୍କୁ ଥଟ୍ଟା କରୁଥିଲେ। ଖୁବ୍ କମ୍ ଦରମାରେ ଏମାନଙ୍କୁ କାମ କରିବାକୁ ପଡ଼ୁଥିଲା । ଉକ୍ତ ଶିକ୍ଷକଙ୍କୁ ପୁଲିସଠୁ ମଧ୍ୟ ମାଡ଼ ଖାଇବାକୁ ପଡ଼ିଥିଲା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏକ ବଡ଼ ଘୋଷଣା କରିଛନ୍ତି । ମାନ କହିଛନ୍ତି ଯେ, ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ବସ ସୁବିଧା କରାଯିବ । ଏଥିଲାଗି ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରାଯିବ । ପାଇଲଟ ପ୍ରୋଜେକ୍ଟରେ ୨୧ କୋଟି ଟଙ୍କା ଖର୍ଚ୍ଚ ହେବ । ଧୀରେ ଧୀରେ ପଞ୍ଜାବର ଅନ୍ୟ ସ୍କୁଲରେ ମଧ୍ୟ ଏହାକୁ ଲାଗୁ କରାଯିବ । ଏହାଦ୍ୱାରା ପାଖାପାଖି ୨୦ ହଜାର ଛାତ୍ରଛାତ୍ରୀ ସୁବିଧା ପାଇବେ ।