ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକୁ ଘରୋଇକରଣ ପ୍ରତିବାଦରେ ଧର୍ମଘଟ

ମାଲକାନଗିରି,ଏନ୍ଏନ୍ଏସ୍: ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିିକୁ ଘରୋଇକରଣ ପ୍ରତିବାଦରେ ଆଜିଠୁ ୨ଦିନ ଧରି ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିଛନ୍ତି। ଏହାର ପ୍ରଭାବ ମାଲକାନଗିରି ଜିଲ୍ଲାରେ ଥିବା ସମସ୍ତ ବ୍ୟାଙ୍କଗୁଡ଼ିକରେ ଦେଖିବାକୁ ମିଳିଛି। ଜିଲ୍ଲାର ସମସ୍ତ ବ୍ୟାଙ୍କ ଗୁଡ଼ିକ ବନ୍ଦ ଥିବା ଯୋଗୁ ଗ୍ରାହକ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଫଳରେ ଦୂରଦୂରାନ୍ତରୁ ଆସିଥିବା ଗ୍ରାହକମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହୋଇଛି। ମାଲକାନଗିରିର ମୋଟ ୧୪ଟି ବ୍ୟାଙ୍କର ପ୍ରାୟ ୨ଶହ ଜଣ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି। ଏନେଇ ଯଦି କୌଣସି ପଦକ୍ଷେପ ନିଆ ନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ନୃଂସିହ ସାହୁ ପ୍ରକାଶ କରିଛନ୍ତି।