ଧର୍ମଘଟ ଯୋଗୁଁ ବ୍ୟାଙ୍କ୍ ସେବା ପ୍ରଭାବିତ

ବରଗଡ଼,ଏନ୍ଏନ୍ଏସ୍: ବ୍ୟାଙ୍କ୍ ଘରୋଇକରଣକୁ ବିରୋଧ କରି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିୟନ୍ ପକ୍ଷରୁ ଦିଆଯାଇଥିବା ଧର୍ମଘଟ ଯୋଗୁଁ ବରଗଡ଼ରେ ବ୍ୟାଙ୍କ୍ ସେବା ପ୍ରଭାବିିତ ହୋଇଛି। ବରଗଡ଼ ଷ୍ଟେଟବ୍ୟାଙ୍କ୍ ମୁଖ୍ୟ ଶାଖା ସମ୍ମୁଖରେ ବିଭିନ୍ନ ବ୍ୟାଙ୍କର କର୍ମଚାରୀମାନେ ବସି ରହି ଧର୍ମଘଟରେ ସାମିଲ ହୋଇଥିଲେ । କେନ୍ଦ୍ର ସରକାର ଗତ କିଛି ବର୍ଷ ମଧ୍ୟରେ ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣ କରିବା ସହ ଆଇଡିବିଆଇ ବ୍ୟାଙ୍କର ସଂଖ୍ୟାଗରିଷ୍ଠ ଅଂଶଧନକୁ ଏଲଆଇସିକୁ ବିକ୍ରି କରିଛନ୍ତି। ଏହାକୁ ଘରୋଇକରଣକୁ ବ୍ୟାଙ୍କ ସଂଘଗୁଡିକ ତୀବ୍ର ବିରୋଧ କରିଆସୁଥିବାବେଳେ ଶ୍ରମ କମିଶନଙ୍କ ସହିତ ହୋଇଥିବା ଆଲୋଚନା ମଧ୍ୟ ବିଫଳ ହୋଇଥିଲା। ଏନେଇ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ ପକ୍ଷରୁ ଦୁଇଦିନିଆ ଧର୍ମଘଟ ଡାକରା ଦିଆଯାଇଥିଲା।