ପ୍ରିୟଙ୍କାଙ୍କ ଲକଡାଉନ ଡାନ୍ସ

ନିକଟରେ ବଲିଉଡ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରାଙ୍କ ଏକ ଭିଡିଓ ଇଣ୍ଟରନେଟରେ ଖୁବ ଭାଇରାଲ ହେଉଛି। ଏ ଭିଡିଓରେ ପ୍ରିୟଙ୍କା ଡାନ୍ସ କରୁଥିବା ଦେଖିବାକୁ ମିଳୁଛି। ଫିଲ୍ମ ସୁଟିଂ ଓ ଅନ୍ୟାନ୍ୟ କାମ ବନ୍ଦ ଥିବାରୁ ବର୍ତ୍ତମାନ ଅନ୍ୟ ଅନେକ କଳାକାରଙ୍କ ଭଳି ପ୍ରିୟଙ୍କା ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଥିବା ଦେଖିବାକୁ ମିଳୁଛି। କରୋନା ମହାମାରୀ ବାବଦରେ ଲୋକଙ୍କୁ ସଚେତନ କରିବା ସହିତ ମନୋରଞ୍ଜନ ଯୋଗାଇ ଦେଉଛନ୍ତି ପ୍ରିୟଙ୍କା। ଭିଡିଓଟିକୁ ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ ସେୟାର କରିଛନ୍ତି। ନିଜ ମେକଅପ ରୁମରେ ସେ ମସ୍ତିରେ ଡାନ୍ସ କରୁଥିବା ଦେଖିବାକୁ ମିଳୁଛି। ଡାନ୍ସ କରୁଥିବାବେଳେ ସେ ଧଳା ରଙ୍ଗର ଆଉଟଫିଟ ପରିଧାନ କରିଛନ୍ତି। ଭିଡିଓଟି ଖୁବ ଭାଇରାଲ ହେବା ସଙ୍ଗେ ସଙ୍ଗେ ପ୍ରଶଂସକ ମଧ୍ୟ ଖୁବ କମେଣ୍ଟ କରୁଛନ୍ତି। ଭିଡିଓଟିକୁ ସେୟାର କରିବା ସହିତ ‘ୱିକେଣ୍ଡରେ ଡାନ୍ସ, ଆଭାରୀ ହେବା ପାଇଁ ସର୍ବଦା କିଛି ନା କିଛି ଜରୁରୀ’ ବୋଲି କ୍ୟାପସନ ଲେଖିଛନ୍ତି ପ୍ରିୟଙ୍କା।