ଦ୍ୱିତୀୟ ଦିନରେ ଗଞ୍ଜାମରେ ଘରୋଇ ବସ୍ ସେବା ବନ୍ଦ

ଗଞ୍ଜାମ,ଏନ୍ଏନ୍ଏସ୍: ଗଞ୍ଜାମ ବ୍ରହ୍ମପୁରରେ ଦ୍ୱିତୀୟ ଦିନ ପାଇଁ ଘରୋଇ ବସ ଚଳାଚଳ ବନ୍ଦ ରହିଛି। ବ୍ରହ୍ମପୁର ସ୍ଥିତ ହଳଦିଆପଦର ବସ୍ ଟର୍ମିନାଲରୁ ବସ୍ ଚଳାଚଳକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଆନ୍ଦୋଳନ ଜାରି ରଖିଛି।

ଗତକାଲି ଭଳି ଗୁରୁବାର ମଧ୍ୟ ବସ ସେବା ବନ୍ଦ ରହିବ ବୋଲି ମାଲିକ ସଂଘ ପକ୍ଷରୁ ସୂଚନା ମିଳିଛି। ଫଳରେ ବ୍ରହ୍ମପୁର, ଛତ୍ରପୁର, ଆସିକା, ଭଞ୍ଜନଗରରୁ ବସ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ୧୦୦ରୁ ଅଧିକ ଘରୋଇ ବସ୍ ସେବା ବନ୍ଦ ରହିଥିବାରୁ ଯାତ୍ରୀମାନେ ୨ଦିନ ହେଲାଣି ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।