ନଥୁରାମ ଗୋଡ଼ସେଙ୍କୁ ଦେଶଭକ୍ତ କହି ପ୍ରତିରକ୍ଷା ସମିତିରୁ ବିଦାହେଲେ ସାଧ୍ୱୀ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ,ଏଜେନ୍ସି: ମହାତ୍ମାଗାନ୍ଧୀଙ୍କ ହତ୍ୟାକାରୀ ନଥୁରାମ ଗୋଡସେଙ୍କୁ ଦେଶଭକ୍ତ କହିବା ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ମହଙ୍ଗା ପଡ଼ିଲା। ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସାଧ୍ୱୀ ପ୍ରଜ୍ଞାଙ୍କୁ ପ୍ରତିରକ୍ଷା ସମିତିରୁ ବାହାର କରିଦିଆଯାଇଛି। ଏଥିସହ ଅଧିବେଶନ ଚାଲୁଥିବା ସମୟରେ ଅନୁଷ୍ଠିତ ହୋଇଥିବା ବିଜେପି ସାଂସଦୀୟ ଦଳର ବୈଠକରେ ଯୋଗ ନଦେବା ପାଇଁ ସାଧ୍ୱୀ ପ୍ରଜ୍ଞାଙ୍କୁ କୁହାଯାଇଥିଲା।

ସୂଚନା ଅନୁସାରେ ସାଧ୍ୱୀ ପ୍ରଜ୍ଞାଙ୍କ ବିରୋଧରେ ପାର୍ଟି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଏହି ପରିପ୍ରେକ୍ଷୀରେ ତାଙ୍କୁ ପାର୍ଟିରୁ  ବିଦାୟ ଦିଆଯାଇପାରେ ବୋଲି କୁହାଯାଉଛି। ଏ ସମ୍ପର୍କରେ ବିଜେପି କାର୍ଯ୍ୟବାହୀ ଅଧ୍ୟକ୍ଷ ଜେପି ନଡା କହିଛନ୍ତି ଯେ ସଂସଦରେ ସାଧ୍ୱୀ ପ୍ରଜ୍ଞାଙ୍କ ଏଭଳି ବୟାନ ବାଜି ନିନ୍ଦନୀୟ ଅଟେ ଏବଂ ବିଜେପି କେବେ ବି ଏଭଳି ବୟାନର ସମର୍ଥନ କରିବନାହିଁ ।

ଲୋକସଭାରେ ଏସପିଜି ଆମେଣ୍ଡମେଣ୍ଟ ବିଲ ସମ୍ପର୍କରେ ଚର୍ଚ୍ଚା ହେଉଥିବା ବେଳେ ଡିଏମକେ ସାଂସଦ ଏ ରାଜା ନିଜର ମତରେ ନଥୁରାମ ଗୋଡସେ କାହିଁକି ମହାତ୍ମା ଗାନ୍ଧୀଙ୍କୁ ମାରିଲେ ବୋଲି କହିବାରେ ସାଧ୍ୱୀ ପ୍ରଜ୍ଞା ଏହାକୁ ବିରୋଧ କରି ଆପଣ ଜଣେ ଦେଶଭକ୍ତଙ୍କ ଉଦାହରଣ ଦେଇପାରିବେ ନାହିଁ ବୋଲି କହିଥିଲେ।