୫ ବର୍ଷ ଭିତରେ ସଡ଼କ ଦୁର୍ଘଟଣା ସଂଖ୍ୟା ଦ୍ରୁତ ଗତିରେ ବଢ଼ିଛି: ପଦ୍ମନାଭ ବେହେରା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ସଡ଼କ ଦୁର୍ଘଟଣା ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟ ମଧ୍ୟ ବଢ଼ିଛି। ତେବେ ୨୦୧୪ରେ ୩୯୩୧ଜଣ ପ୍ରାଣ ହରାଇଥିବା ବେଳେ ୨୦୧୫ରେ ୪୩୦୩ଜଣ ପ୍ରାଣ ହରାଇଛନ୍ତି।

ସେହିପରି ୨୦୧୬ରେ ୪୪୬୩ଜଣ, ୨୦୧୭ରେ ୪୭୯୦ଜଣ, ୨୦୧୮ରେ ୫୩୧୫ଜଣଙ୍କ ମୃତ୍ୟୁ ହୋଇଛି। ତେବେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର ବିଧାନସଭାରେ ଏହି ତଥ୍ୟ ପ୍ରଦାନ କରିଛନ୍ତି।